ଓଡ଼ିଶା

ରାଜଧାନୀରେ ପୁଣି ଲୁଟ୍: ବିବାହ ମଣ୍ଡପରୁ ୨ ଲକ୍ଷର ଗହଣା ଲୁଟିନେଲେ ଯୁବକ ଓ ନାବାଳକ

ଭୁବନେଶ୍ୱର() ରାଜଧାନୀରେ ଅଭିନବ ଉପାୟରେ ଗହଣା ଲୁଟ୍ ହୋଇଥିବାର ଖବର ମିଳିଛି। ରାଜଧାନୀର କେସୁରା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ୨ ଲକ୍ଷର ଗହଣା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି।
ମଳିଥିବା ସୂଚନା ଅନୁଯାୟୀ, ଗତକାଲି ପଲ୍ଲବୀ ମଣ୍ଡପରେ ସତ୍ୟ ନାରାୟଣ ମହାରଣାଙ୍କ କନ୍ୟାଙ୍କର ବାହାଘର ଚାଲିଥିବା ବେଳେ , ଘର ଲୋକ ଭଳି ଆସି ଜଣେ ଯୁବକ ଓ ଜଣେ ନାବାଳକ ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଗହଣା ଖୋଜାଖୋଜି କରିବା ପରେ ସିସିଟିଭି ଫୁଟେଜରୁ ଲୁଟ୍ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସତ୍ୟନାରାୟଣ ମହାରଣା ଲୁଟରେ ଜଣେ ନାବାଳକ ଓ ଜଣେ ଯୁବକ ସଂପୃକ୍ତ ଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com