ଅନ୍ୟାନ୍ୟ
ଶ୍ରୀମନ୍ଦିରରେ ନୀତିରେ ବିଳମ୍ବ
![](https://i0.wp.com/odia.mobilenews24x7.com/wp-content/uploads/2022/08/shree-jagannath-temple-.jpg?resize=780%2C470&ssl=1)
ପୁରୀ, ୨୭/୦୧/୨୦୨୩ – ଶ୍ରୀମନ୍ଦିରରେ ନୀତିରେ ବିଭ୍ରାଟ ଦେଖାଯାଇଛି । ଗୁରୁବାରର ନୀତି ଶୁକ୍ରବାର ଶେଷ ହୋଇଛି । ନୀତି ଆଜି ସମାପନ ହେବାରୁ ଭୋର ୫ଟା ସମୟରେ ପହୁଡ଼ ପଡ଼ିଥିଲା । କାଲିର ବିଳମ୍ବ ପାଇଁ ଆଜି ସକାଳ ୭ଟା ସମୟରେ ସିଂହଦ୍ୱାର ଖୋଲିଥିଲା । ତେବେ ଗତକାଲିର ପହୁଡ଼ ବିଳମ୍ବ ହେବାରୁ ଆଜି ଭକ୍ତଙ୍କ ଦର୍ଶନ ମଧ୍ୟ ବିଳମ୍ବ ହୋଇଛି ।
ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ । କିନ୍ତୁ ଗତକାଲି ସରସ୍ୱତୀ ପୂଜା ଏବଂ ଚାଚେରି ପାଇଁ ଏହି ବିଳମ୍ବ ହୋଇଛି । ସିଂହଦ୍ୱାର ଖୋଲିବାର ପ୍ରାୟ ଦେଢ ଘଣ୍ଟାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥାଏ । ତେବେ ଦର୍ଶନ ବିଳମ୍ବ ହେବା କାରଣରୁ ମନ୍ଦିର ବାହାରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା ।