ଅନ୍ୟାନ୍ୟ

ମହିଳା ପାନ ଦୋକାନୀଙ୍କୁ ଅସଦାଚରଣ ଓ ମାଡ ଅଭିଯୋଗରେ ୪ ଗିରଫ

ବ୍ରହ୍ମପୁର, ୧୫/୦୮/୨୦୨୨-   ଜଣେ ମହିଳା ପାନ ଦୋକାନୀଙ୍କୁ ଅସଦାଚରଣ ସହ ମାଡମାରିବା ଅଭିଯୋଗରେ ବଡ ବଜାର ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଚନ୍ଦନ ପଟ୍ଟନାୟକ, କାଳିଆ ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ଓ ଜି. କିରଣ । ପୁରୁଣା ବ୍ରହ୍ମପୁର ଅଞ୍ଚଳର କଲ୍ୟାଣୀ ଦାସ ଦୀର୍ଘ ବର୍ଷ ହେଲା ସେହି ଅଞ୍ଚଳରେ ପାନ ଦୋକାନ କରି ନିଜ ପରିବାର ଚଳାଉଛନ୍ତି । ଦୁଇ ଦିନ ତଳେ ଉପରୋକ୍ତ ଅଭିଯୁକ୍ତମାନେ ତାଙ୍କ ଦୋକାନକୁ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଅସଦାଚରଣ କରି ପାଟିତୁଣ୍ଡ କରିଥିଲେ । ଖବରପାଇ କଲ୍ୟାଣୀଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିବାକୁ ଅଭିଯୁକ୍ତମାନେ ତାଙ୍କୁ ମାଡ ମାରିଥିଲେ । ଅଭିଯୁକ୍ତମାନେ ଅନେକ ସମୟରେ ତାଙ୍କୁ ଦୋକାନକୁ ଆସି ବିନା ପଇସାରେ ସାମଗ୍ରୀ ଦେବାକୁ ବାଧ୍ୟ କରିବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଏବଂ କଲ୍ୟାଣୀଙ୍କୁ ହଇରାଣ ହରକତ କରୁଥିବା ନେଇ ସେ ବଡ ବଜାର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ନଂ ୨୦୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ବଡବଜାର ପୁଲିସ ଘଟଣାସ୍ଥଳରୁ ଚନ୍ଦନଙ୍କୁ କାବୁ କରିଥିଲାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରାଯାଇଥିବା ତଦନ୍ତକାରୀ ଅଧିକାରୀ ରଞ୍ଜିତ କୁମାର ଦାସ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com