ଅନ୍ୟାନ୍ୟ

ମଧ୍ୟବିତ୍ତଙ୍କ ପାଇଁ ମୋଦି ଆଣୁଛନ୍ତି ଆୟୁଷ୍ମାନ ଯୋଜନା ୨.୦

ଦେଶର ମଧ୍ୟମ ବର୍ଗର ପରିବାରଙ୍କ ପାଇଁ ନୂଆ ଉପହାର ଆଣୁଛନ୍ତି ମୋଦି ସରକାର । ଏହି ଯୋଜନା ଅଧୀନରେ ୪୦ କୋଟି ଲୋକ ଆଶ୍ୱସ୍ତି ପାଇପାରିବେ । ଆୟୁଷ୍ମାନ ଭାରତ ଯୋଜନା ପରେ ‘ଆୟୁଷ୍ମାନ ଯୋଜନା ୨.୦’ ଲାଗୁ କରିବା ପାଇଁ ହେବାକୁ ଥିବା ଖର୍ଚ୍ଚ ଏବଂ ଚାଲେଞ୍ଜକୁ ଦୃଷ୍ଟିରେ ରଖି ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି । ତେବେ ନିୟମ ଲାଗୁ କରାଯାଏ, ତେବେ ସରକାରଙ୍କ ତରଫରୁ ଆୟକରରେ ରିହାତି ଦିଆଯିବା ପରେ ଏହା ସରକାରଙ୍କର ଦ୍ୱିତୀୟ ବଡ ଉପହାର ହେବ । ଏହାଦ୍ୱାରା ସବୁଠୁ ବେଶୀ ଫାଇଦା ହାସଲ କରିବେ ବେତନ ପ୍ରାପ୍ତ କରଦାତା । ଆୟୁଷ୍ମାନ ଯୋଜନା ଭାରତ ୨.୦ ଯୋଜନାରେ ୫ ଲକ୍ଷ ଟଙ୍କାର କଭର ଦେବା ପାଇଁ ଆଲୋଚନା କରାଯାଉଛି । ଏହାକୁ ବ୍ୟକ୍ତିଗତ ଟପ୍-ଅପ୍ ଆଧାରରେ ଆଣିବାର ଚର୍ଚ୍ଚା ହେଉଛି ।

ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ମଧ୍ୟବିତ୍ତ ପରିବାରକୁ ସୁଲଭ ମୂଲ୍ୟରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ମଧ୍ୟ ଏହି ଯୋଜନାର ଦ୍ୱିତୀୟ ବିକଳ୍ପ ହୋଇପାରେ । ୨୦୧୮ ବେଜେଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆୟୁଷ୍ମାନ ଭାରତ ଯୋଜନାର ଘୋଷଣା କରାଯାଇଥିଲା । ଏଥିରେ ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com