ଅନ୍ୟାନ୍ୟ
ବଦଳିଲା ୩ ଥାନାର ପରିସୀମା

ଭୁବନେଶ୍ୱର, ୨୭/୦୧/୨୦୨୩ – ସାଧାରଣତନ୍ତ୍ର ଦିବସଠାରୁ ଭୁବନେଶ୍ୱରର ବଡ଼ଗଡ଼, ଲକ୍ଷ୍ମୀସାଗର ଓ ସହିଦନଗର ଥାନାର ପରିସୀମା ବଦଳା ଯାଇଛି । ପାଟ୍ରୋଲିଂ ଓ ଆଇନ ଶୃଙ୍ଖଳାକୁ ନେଇ ଅସୁବିଧା ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ଗୁରୁତ୍ୱ ଦେଇ ଥାନାର ପରିସୀମା ପରିବର୍ତ୍ତନ କରାଯାଇଛି ।
ପୂର୍ବରୁ ସହିଦନଗର ଥାନା ଅଧୀନରେ ଥିବା ବାସୁଆଘାଇ ପଞ୍ଚାୟତ ଏବେ ବଡ଼ଗଡ଼ ଥାନା ଅଧୀନରେ ରହିବ । ସେହିପରି ଲକ୍ଷ୍ମୀସାଗର ଥାନା ଅଧୀନରେ ରହିବ ଜଗନ୍ନାଥ ନଗର । ପୂର୍ବରୁ ଜଗନ୍ନାଥ ନଗର ମଞ୍ଚେଶ୍ୱର ଓ ସହିଦନଗର ଅଧୀନରେ ଥିଲା ।