Featuredଓଡ଼ିଶା

ପାରିବାରିକ କଳହର କରୁଣ ପରିଣତି,ସ୍ତ୍ରୀକୁ ପିଟି ପିଟି ହତ୍ୟାକଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ର ସାନ ମସମସା ସାହିରେ ।

ସୂଚନା ମୁତାବକ ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ। ଅଭିଯୁକ୍ତ ସ୍ବାମି ହେଉଛନ୍ତି ଅଷ୍ଟମ ଖଟୁଆ। ତେବେ ଅଷ୍ଟମ ୫ ବର୍ଷ ତଳେ ମମତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। ମଦ୍ୟପାନକରି ସ୍ତ୍ରୀକୁ ଅତ୍ୟାଚାର କରୁଥିବା ନେଇ ଏକାଧିକ ବାର ଥାନାରେ ମଧ୍ୟ ସମାଧାନ ହୋଇଛି । କିନ୍ତୁ ଗତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା । ଅଭିଯୁକ୍ତ ସ୍ୱାମୀ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀକୁ ଏକ ଠେଙ୍ଗାରେ ବାଡେଇ ଦେଇ ଥିଲେ । ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା | ଆଜି ସକାଳେ ସେ ଓ ତାଙ୍କ ବଡ଼ ଭାଇ ଶିବ ଖଟୁଆ ମିଶି ଘର ପଛ ପାଖ ଜଙ୍ଗଲକୁ ଶବ ସତ୍କାର ପାଇଁ ନେଇଥିଲେ । ହେଲେ ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ, ଦୁଇ ଭାଇଙ୍କୁ ଥାନାରେ ଅଟକ ରଖିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com