ଓଡ଼ିଶା

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା କାର୍ : ଦମ୍ପତ୍ତି ଆହତ, ଅଳ୍ପକେ ବର୍ତ୍ତିଲେ ୨ ଶିଶୁ

ଆନନ୍ଦପୁର() ଆନନ୍ଦପୁର ୨୦ନଂ ଜାତୀୟ ରାଜପଥର କଲରାଗଡିଆ ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି କାର୍ । ଫଳରେ କାର୍ ରେ ଥିବା ସ୍ବାମୀ-ସ୍ତ୍ରୀ ଆହତ ହୋଇଛନ୍ତି । ହେଲେ ସୌଭାଗ୍ୟ ବଶତଃ ଦୁଇ ଶିଶୁ ସୁରକ୍ଷିତ ରହିଛନ୍ତି । ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ଗ୍ରାମର ଦମ୍ପତ୍ତି ନିଜ ଦୁଇ ଶିଶୁଙ୍କୁ ସାଙ୍ଗରେ ଧରି ବଡବିଲ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com