ଅନ୍ୟାନ୍ୟ
ଏଣିକି ଏକାଠି ରହିବେ ହ୍ୟୁମାନ ସାଗର-ଶ୍ରୀୟା
କଟକ, ୩୦ /୦୧/୨୦୨୩ – କଣ୍ଠଶିଳ୍ପୀ ହ୍ୟୁମାନ ସାଗର-ଶ୍ରୀୟା ଏଣିକି ଏକାଠି ରହିବେ । କଟକ ମହିଳା ଥାନାରେ ସେମାନଙ୍କ ପାରିବାରିକ ବିବାଦର ଆପୋସ ବୁଝାମଣା ଓ ସମାଧାନ ହୋଇଛି । ଏପରି ସୂଚନା ଦେଇଛନ୍ତି ହ୍ୟୁମାନଙ୍କ ମାଆ । ଏକ ମାସ ମଧ୍ୟରେ ଉଭୟ ଦେଖା କରିବେ, ସମ୍ପର୍କକୁ ଉତ୍ତମ କରିବେ । ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୁ ଘର ଫେରିବେ ।