ଅନ୍ତର୍ଜାତୀୟ

ତୈଳବାହୀ ଜାହାଜରେ ଭୟଙ୍କର ବିସ୍ଫୋରଣ, ସମୁଦ୍ରରେ ମିଶୁଛି ତେଲ

ଆବୁଜା() ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଏକ ତୈଳବାହୀ ଜାହଜରେ ଆଜି ନିଆଁ ଲାଗିବା ରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ।   ଏହି ବିସ୍ଫୋରଣ ଯୋଗୁଁ ଜାହାଜରୁ ତୈଳ ନିର୍ଗତ ହୋଇ ସମୁଦ୍ରରେ ମିଶିବାରେ ଲାଗିଛି । ଏହା ଫଳରେ ଏକ ବଡ଼ ଧରଣର ପରିବେଶୀୟ ସଂକଟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ନାଇଜେରିଆର ରାଜ୍ୟ ଡେଲଟା ନିକଟ ସମୁଦ୍ରରେ ଯାଉଥିବା ଏକ ତୌଳବାହୀ ଜାହାଜରେ ନିଆଁ  ଲାଗିବା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଜାହାଜରେ ପ୍ରାୟ ୨ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଥିଲା । ବିସ୍ଫୋରଣ ପରେ ଜାହାଜରୁ ତୈଳ ନିର୍ଗତ ହୋଇ ସମୁଦ୍ରରେ ମିଶିବାରେ ଲାଗିଛି । ଏହା ଫଳରେ ଏକ ବଡ଼ ଧରଣର ପରିବେଶୀୟ ସଂକଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମୁଦ୍ରର ମାଛ ଓ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ଓ ସେମାନଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବିସ୍ଫୋରଣ ଯୋଗୁଁ ଜାହାଜର କେତେକ କର୍ମଚାରୀ ମୃତାହତ ହୋଇଥିବା ସଂଦେହ କରାଯାଉଛି ।

ଟ୍ରିନିଟି ସ୍ପିରିଟ ନାମକ ଏହି ଜାହାଜଟି ସେବା ଏକ୍ସପ୍ଲୋରେସନ ଏଣ୍ଡ ପ୍ରଡକ୍ସନ କମ୍ପାନିର ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com