ବିଜ୍ଞାନ ଓ ପ୍ରଯୁକ୍ତି

ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

 ଭୁବନେଶ୍ୱର, ୦୧ /୦୨/୨୦୨୩ –   ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ହୋଇ ପଡ଼ିଛନ୍ତି । ସ୍ୱାସ୍ଥ୍ୟବସ୍ଥା ଏପରି ହୋଇଛି ଯେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଯିବାକୁ ପଡ଼ିବ । ସେ ବର୍ତ୍ତମାନ ଲିଭର୍ ସିରୋସିସ ରୋଗରେ ପୀଡିତ ଅଛନ୍ତି । ଯେଉଁଥି ପାଇଁ ତୁରନ୍ତ ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ୟକ । ତେଣୁ ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ଡ଼ାକ୍ତର ମାନେ ପରାମର୍ଶ ଦେଇଛନ୍ତି ।

କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ପିଣ୍ଟୁଙ୍କ ଲିଭର ନଷ୍ଟ ହୋଇଥିବା ଜଣାପଡ଼ିଛି । ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ । ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com