ନୂଆଦିଲ୍ଲୀ: ଗୁରୁବାର ପୂର୍ବାହ୍ନରେ ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀମାନଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
‘ହିଣ୍ଡେନ୍ବର୍ଗ’ ରିପୋର୍ଟ ଏବଂ ସେଥିଯୋଗୁଁ ‘ଅଦାନୀ ଗ୍ରୁପ୍’ ସେୟାର୍ର ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳ ସବୁ ଦାବି କରିବାରୁ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହାଛଡ଼ା, ସୀମାନ୍ତରେ ଚୀନ୍ର ଅନୁପ୍ରବେଶ ପ୍ରସଙ୍ଗ ମଧ୍ୟ ଉଠାଇବାକୁ ବିରୋଧୀମାନେ ଚାହିଁଥିଲେ।
‘ଅଦାନୀ ଗ୍ରୁପ୍’ ଉପରେ ‘ହିଣ୍ଡେନ୍ବର୍ଗ’ ରିପୋର୍ଟ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ‘ଭାରତ ରାଷ୍ଟ୍ର ସମିତି’ ସଂସଦର ଉଭୟ ଗୃହରେ ପ୍ରସ୍ତାବ ଆଗତ କରିଥିଲା।