ଜାତୀୟ

ବିବାଦୀୟ ବିଜ୍ଞାପନ ପାଇଁ କ୍ଷମା ମାଗିଲା ଜମାଟୋ

କେତେବେଳେ କର୍ମଚାରୀଙ୍କ ଦୁର୍ବ୍ୟବହାର ତ କେତେବେଳେ ବିବାଦୀୟ ବିଜ୍ଞାପନକୁ ନେଇ ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି କମ୍ପାନୀ ଜମାଟୋ ବିବାଦ ଘେରରେ ରହିଛି। ହ୍ରିତିକ ରୋଶନଙ୍କୁ ନେଇ ତିଆରି ହୋଇଥିବା ଏକ ବିଜ୍ଞାପନ ବିବାଦ ଘେରକୁ ଆସିବା ପରେ କ୍ଷମାପ୍ରାର୍ଥନା କରିଛି ଜମାଟୋ। ମଧ୍ୟପ୍ରଦେଶର ଜଣେ ପୂଜାରୀ ଏଭଳି ବିଜ୍ଞାପନ ଉପରେ ଆପତ୍ତି ଉଠାଇବା ପରେ କମ୍ପାନୀ କ୍ଷମା ମାଗିଛି। ଏହି ବିଜ୍ଞାପନକୁ ହଟାଇବା ପାଇଁ ଶନିବାର ମହାକାଳେଶ୍ୱର ମନ୍ଦିରର ଦୁଇ ପୂଜକ ଜମାଟୋ ପାଖରେ ଦାବି ରଖିଥିଲେ। ଏହି ବିଜ୍ଞାପନ ହିନ୍ଦୁ ଭାବନାକୁ ଆହତ ପହଞ୍ଚାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। କାରଣ ବିଜ୍ଞାପନରେ ହ୍ରିତିକ ରୋଶନ କହୁଛନ୍ତି ଥାଳିର ମନେପଡ଼ିଲା ଉଜ୍ଜେନରେ ଅଛି, ତେଣୁ ଭାବିଲି ମହାକାଳରୁ ମଗେଇଆଣିବି।  ବିଜ୍ଞାପନରେ ହ୍ରିତକ ରୋସନଙ୍କର ଏହି ମହାକାଳ ଶବ୍ଦକୁ ନେଇ ବିବାଦ ଦେଖାଦେଇଛି।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଜମାଟୋ କହିଛି ଯେ ଉଜ୍ଜେନରେ ଥିବା ମହାକାଳ ମନ୍ଦିରର ଥାଳି କଥା ଆମେ କହୁ ନାହୁଁ। ଉଜ୍ଜେନ୍‌ର ମହାକାଳ ନାମକ ଏକ ରେସ୍ତୋରାଁ ରହିଛି। ଯେଉଁଠି ରେସ୍ତୋରାଁରେ ଖାଦ୍ୟ ତାଲିକାରେ ‘ଥାଳି’ ରହିଛି। ଓ ଏହା ଖୁବ୍ ଲୋକପ୍ରିୟ। ଆଉ ଉଜ୍ଜେନ୍‌ରେ ଥିବା ଏହି ମହାକାଳ ରେସ୍ତୋରାଁ ଆମର ଏକ ବଡ଼ ପାର୍ଟନର। ତେଣୁ ଆମେ ତାକୁ ହିଁ ନଜରରେ ରଖି ବିଜ୍ଞାପନ କରିଛୁ। ଜମାଟୋ ଆହୁରି କହିଛି ଯେ “ବିଜ୍ଞାପନ ହେଉଛି ଆମର ପାନ ଇଣ୍ଡିଆ(ଭାରତ ବାହାରେ) ଅଭିଯାନ। ଏଥିରେ ଆମେ ସହରେ ଥିବା ଖୁବ୍ ଲୋକପ୍ରିୟ ରେସ୍ତୋରାଁ ଓ ଏହାର ଖୁବ ପସନ୍ଦଯୋଗ୍ୟ ଖାଦ୍ୟକୁ ଚିହ୍ନଟ କରୁ। ଆଉ ମହାକାଳ ରେସ୍ତୋଁରାକୁ ଏହି ଅଭିଯାନରେ ସାମିଲ କରାଯାଇଛି। ଆମେ ଉଜ୍ଜେନ୍‌ବାସୀଙ୍କର ଭାବନାକୁ ସମ୍ମାନ ଦେଉ। ଆଉ ଯେଉଁ ବିଜ୍ଞାପନ କଥା କୁହାଯାଉଛି ତାହା ଆଉ ଚାଲୁ ନାହିଁ। କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ତେଣୁ ଆମେ ଦାୟିତ୍ୱସମ୍ପନ୍ନ ଭାବେ କ୍ଷମା ମାଗୁଛୁ।”

Related Articles

Back to top button
WP Twitter Auto Publish Powered By : XYZScripts.com