ଅନ୍ୟାନ୍ୟ
ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ଯୋଜନା ଆରମ୍ଭ
![Forest Fire](https://i0.wp.com/odia.mobilenews24x7.com/wp-content/uploads/2023/02/Forest-Fire-e1675689271803.webp?resize=780%2C470&ssl=1)
ଭୁବନେଶ୍ୱର ୦୬/୦୨/୨୦୨୩ – ଚଳିତ ବର୍ଷ ଖରାଦିନେ ଜଙ୍ଗଲରେ ଅଧିକ ନିଆଁ ଲାଗିବା ସମ୍ଭାବନା ରହିଛି । ଯଦି ନିକଟ ଭବିଷ୍ୟତରେ ବର୍ଷା ନହୁଏ, ତେବେ ଜଙ୍ଗଲରେ ଅଧିକ ନିଆଁ ଲାଗିପାରେ । ଏଭଳି ସତର୍କବାଣୀ ଶୁଣାଇଛନ୍ତି PCCF । ତେବେ ସୁନ୍ଦରଗଡ଼, ଶିମିଳିପାଳ, ଫୁଲବାଣୀ ବାଲିଗୁଡ଼ା ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ଏବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି । ଏବେ ଦିନକୁ ୧୦୦ରୁ ୧୫୦ ଜାଗାରେ ନିଆଁ ଲାଗିବା ଖବର ଆସୁଛି । ଆଗକୁ ଏହି ସଂଖ୍ୟା ୧,୦୦୦ ହୋଇପାରେ ବୋଲି PCCF କହିଛନ୍ତି । ତେବେ ଜଙ୍ଗଲ ନିଆଁ ରୋକିବାକୁ ଏବେଠାରୁ ଯୋଜନା ଆରମ୍ଭ ହୋଇଛି ।