ଜାତୀୟ

ଦୁଇ ବର୍ଷ ଜେଲ୍ ହେବା ପରେ ବେଲ୍ ପାଇଲେ ସପା ନେତା ଆଜମ୍ ଖାନ୍

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେଲା ଜେଲ୍‌ରେ ବନ୍ଦୀ ଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ମିଳିଲା ବେଲ୍। ଦୀର୍ଘଦିନ ପରେ ତାଙ୍କୁ ବେଲ୍ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ୱାକଫ ବୋର୍ଡର ସମ୍ପତ୍ତିକୁ ବେଆଇନ୍‌ ଭାବେ କବ୍‌ଜା କରିବା ନେଇ ଆଜମ ଖାନ୍‌ଙ୍କ ବିରୋଧରେ ମାମଲା ରହିଥିଲା। ଏହି ମାମଲାରେ ତାଙ୍କୁ ବେଲ୍ ମିଳିଛି।

ସମ୍ପୃକ୍ତ ମମଲାରେ ମେ ୫ ତାରିଖ ଦିନ ଶୁଣାଣି ହୋଇଥିଲା। ହେଲେ କୋର୍ଟ ତାଙ୍କ ରାୟକୁ ସଂଗରକ୍ଷିତ ରଖିଥିଲେ। ଏବେ ରାୟ ପ୍ରକାଶ କରି ଆଜମ ଖାନଙ୍କୁ ବେଲ୍‌ ଦିଆଯାଇଛି। ଏହା ପୂର୍ବରୁ ୭୧ ମାମଲାରେ ବିଚାର କରି କୋର୍ଟ ତାଙ୍କୁ ବେଲ୍ ଦେଇ ସାରିଛନ୍ତି।

ତେବେ ବଡ଼ କଥା ହେଲା ୱାକଫ୍ ବୋର୍ଡ ଜମି ହେର୍‌ଫେର୍‌ ମାମଲାରେ ବେଲ୍ ମିଳିଲେ ବି ଆଜମ ଖାନ ଜେଲ୍‌ରୁ ବାହାରିପାରିବେ ନାହିଁ। କାରଣ ତାଙ୍କ ବିରୋଧରେ ବିଜେପି ନେତା ଆକାଶ ସକ୍‌ସେନା ଏକ ମାମଲା ରୁଜୁ କରିଥିଲେ। ଆଜମ ଖାନ ରାମପୁର ପବ୍ଲିକ୍ ସ୍କୁଲ ବିଲ୍ଡିଂର ସାର୍ଟିଫିକେଟର ନକଲ କରି ମାନ୍ୟତା ପାଇଥିଲେ।। ଏହି ମାମଲାରେ ହୋଇଥିବା ଆବେଦନର ଏପର୍ଯ୍ୟନ୍ତ ଶୁଣାଣି ହୋଇନାହିଁ। ତେଣୁ ଆଜମ ଖାନ ବେଲ୍ ପାଇଲେ ବି ବାହାରକୁ ଆସିପାରିବେ ନାହିଁ।

Related Articles

Back to top button