ବିଜ୍ଞାନ ଓ ପ୍ରଯୁକ୍ତି

ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୧୦/୦୨/୨୦୨୩ –    ଯୋଗ ପାଇଁ ମୁଁ ଆଜି ଏଠି ଛିଡା ହୋଇଛି ଏବଂ ଆପଣମାନଙ୍କ ସହ କଥା ହୋଇପାରିଛି । ଗୋଟିଏ ସମୟରେ ମୋର ମାନସିକ ଓ ଶରୀର ଭାଙ୍ଗି ପଡିଥିଲା । ଏଭଳି ଅବସ୍ଥାରେ ମୁଁ ଯୋଗକୁୁ ଗ୍ରହଣ କଲି । ଉତ୍କଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ ଶୁକ୍ରବାର ଏପରି କହିଛନ୍ତି ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ, ମାତୃକରୁଣା ଜଣେ ବ୍ୟକ୍ତିଙ୍କୁ ଅସାଧାରଣ ବୀର କରାଏ । ମାତୃକରୁଣା ପାଇଁ ଛତ୍ରପତି ଶିବାଜୀ ଏବଂ ଗାନ୍ଧିଜୀ ମହିୟାନ ହୋଇଛନ୍ତି । ମାତାଙ୍କୁ ଆମେ ଦେବୀ ଭଳି ମର୍ଯ୍ୟାଦା ଦେବା ଉଚିତ । କିନ୍ତୁ ଆମେ ତାହା କରୁଛେ କି ବୋଲି ରାଷ୍ଟ୍ର୍ରପତି ପ୍ରଶ୍ନ କରିଥିଲେ । ପିତାମାତାଙ୍କ ଫଟୋକୁ ପୂଜା କରିବା ଉଚିତ୍ ନୁହେଁ, ସେମାନଙ୍କ ଯତ୍ନ ନେବା ଉଚିତ୍ । ପିତାମାତା ଓ ବୃଦ୍ଧବୃଦ୍ଧାଙ୍କ ସେବା ହିଁ ମାନବ ଧର୍ମ ।

ଉଭୟ ଶରୀର ଓ ଆତ୍ମା ଶୁଦ୍ଧ କରିବା ଆବଶ୍ୟକ । ଆତ୍ମା ଶୁଦ୍ଧି ଏବଂ ମାନସିକ ଶୁଦ୍ଧି ପାଇଁ ପ୍ରୟାସ କରିବା ଉଚିତ୍ । ଆଜି ସୁଖ ଅପହଞ୍ଚ ନୁହେଁ କିନ୍ତୁ ମାନସିକ ଶାନ୍ତି ଅପହଞ୍ଚ । ଆର୍ଥିକ ବିକାଶ ସହ ଆଧ୍ୟାତ୍ମକ ବିକାଶ ମଧ୍ୟ ଜରୁରୀ ବୋଲି ରାଷ୍ଟ୍ରପତି ମତ ଦେଇଥିଲେ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com