ଜାତୀୟରାଜନୀତି

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର ? କ’ଣ କହିଲେ ନୀତିଶଙ୍କ ନିକଟତର ତଥା ଜେଡିୟୁ ଜାତୀୟ ସାଧାରଣ ସମ୍ପାଦକ ସଞ୍ଜୟ ଝା

ପାଟନା() ବିହାରରେ ବିଜେପି ନିଜ ଦଳରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ ଓ ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର ରାଜ୍ୟସଭାକୁ ଯିବେ। ଏହି ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି। ତେବେ ଜନତା ଦଳର ଜାତୀୟ ସାଧାଣସମ୍ପାଦକ ସଞ୍ଜୟ କୁମାର ଝା କିନ୍ତୁ ଖବରକୁ ଦୃଢ଼ ହସ୍ତରେ ଖଣ୍ଡନ କରିବା ସହିତ ଏହା ବେକାର ଗୁଜବ ବୋଲି କହିଛନ୍ତି।

ସଞ୍ଜୟ ଝା କହିଛନ୍ତି ନୀତିଶ କୁମାର ନିଜେ ହିଁ ରାଜ୍ୟସଭାକୁ ଯିବାକୁ ଚାହାଁନ୍ତି ନାହିଁ। ସେ ବିହାର ମୁଖ୍ୟମନ୍ତ୍ରୀ ଭାବେ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିବେ ବୋଲି ସଞ୍ଜୟ କହିଛନ୍ତି।

ଏନେଇ ସେ ଟ୍ୱିଟ କରି ଳେଖିଛନ୍ତି “ମୁଁ ଏଭଳି ଗୁଜବ ଶୁଣି ଆଶ୍ଚର୍ଯ୍ୟ ହେଉଛି ଯେ ନୀତିଶ କୁମାର ରାଜ୍ୟସଭାକୁ ଯିବାକୁ ବିଚାର କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଗୁଜବ ସତ ସହିତ ଏହାର କୌଣସି ସମ୍ପର୍କ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି ୨୦୨୦ରେ ବିହାର ଏନ୍‌ଡିଏ ସହିତ ମେଣ୍ଟ କରି  ନିର୍ବାଚନ ଲଢ଼ିଥିଲା। ବିହାରବାସୀ ଏନ୍‌ଡିଏ କୁ ସରକାର ଗଠନ କରିବାକୁ ଅନୁମତି ଦେଇଥିଲେ। ତେଣୁ ବିହାର ମୁଖ୍ୟମନ୍ତ୍ରୀ ତାଙ୍କ ଜନତାଙ୍କୁ ସମ୍ପୂର୍ଣ୍ଣ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସଞ୍ଜୟ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com