Featuredଅନ୍ତର୍ଜାତୀୟ

ଭଗ୍ନାବଶେଷ ତଳୁ ମିଳିଲେ ୩ ଜଣ ଜୀବନ୍ତ ବ୍ୟକ୍ତି

ନୂଆଦିଲ୍ଲୀ: ଭୁକମ୍ପରେ ଅନେକ କ୍ଷତକ୍ଷତି ମଧ୍ୟରେ ପୁଣି ଏକ ଚମତ୍କାର ଘଟଣା ତୁର୍କୀରେ ଦେଖିବାକୁ ମିଳିଛି । ଭୁମିକମ୍ପର ୨୯୬ ଘଣ୍ଟା ପରେ ତିନିଜଣ ବ୍ୟକ୍ତିଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ତିନିଜଣ ଲୋକେ ୧୩ଦିନ ପର୍ଯ୍ୟନ୍ତ ଦ୍ଭଗ୍ନାବଶେଷ ତଳେ ଭୋକ ଉପାସରେ ରହି ଜୀବିତ ଥିବା କଥା ଆଶ୍ଚର୍ଯ୍ୟ କରିଦେଇଛି । ଏହା ଉଦ୍ଧାରକାରୀ ମାନଙ୍କ ପାଇଁ ବଡ଼ ସଫଳତାରେ ପରିଣତ ହୋଇଛି ।

ସୂଚନା ଅନୁଯାୟୀ ସିରିଆ ତୁର୍କୀରେ ଘଟିଥିବା ଭୁକମ୍ପରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪୬ ହଜରା ପାରି କରିଛି । ଭଗ୍ନାବଶେଷକୁ ସଫା କରିବା କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ତେବେ ଭୁକମ୍ପର ୧୦ଦିନ ପରେ ମଧ୍ୟ ଦୁଇ ଜଣ ମହିଳା ଏବଂ ଦୁଇ ଶିଶୁଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେଣୁ ଦୀର୍ଘ ୧୩ଦିନ ପରେ ଏପରି ଜୀବନ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଏକ ଚମତ୍କାର ଘଟଣାରେ ପରିଣତ ହୋଇଛି ।

ଏହା ପୂର୍ବରୁ ତୁର୍କୀର ଉଦ୍ଧାରକାରୀ ଦଳ ଶୁକ୍ରାବାର ଦିନ ଏକ ୪୫ ବର୍ଷୀୟ ଯୁବକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି । କଠିନ ଶୀତରେ ଭଗ୍ନାବଶେଷ ତଳୁ ଉଦ୍ଧାରକାରୀ ଦଳ ଜୀବିତ ଲୋକଙ୍କୁ ଖୋଜୁଥିଲେ । ବର୍ତ୍ତମାନ ଏହି ଜୀବିତ ଲୋକମାନଙ୍କୁ ପାଇ ଉଦ୍ଧାରକାରୀ ଦଳଙ୍କୁ ସଫଳତା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com