ବାଣିଜ୍ୟ

ରାଜସ୍ୱ ସଂଗ୍ରହରେ ଓଡ଼ିଶାର ରେକର୍ଡ

ଭୁବନେଶ୍ୱର, ୨୩/୦୨/୨୦୨୩ –    ବିଶ୍ଵରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ରାଜ୍ୟ ରାଜସ୍ୱ ସଂଗ୍ରହରେ ରେକର୍ଡ ସୃଷ୍ଟି କରିଛି । ରାଜ୍ୟରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୫୦ହଜାର ୬୭୬ ରହିଛି । ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୧୦.୯ପ୍ରତିଶତ ବଢ଼ିଛି । ୨୦୧୯-୨୦ରେ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ତାମିଲନାଡୁ ଏବଂ ଗୁଜରାଟ ଭଳି ରାଜ୍ୟକୁ ଘରୋଇ ଉତ୍ପାଦରେ ପଛରେ ପକାଇଛି ଓଡ଼ିଶା ।

୨୦୨୨ରେ ରାଜ୍ୟର ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା । ଚଳିତବର୍ଷ ଏହି ଅଭିବୃଦ୍ଧି ୭.୦ ହେବ ବୋଲି ଆକଳନ କରା ଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବ । ୨୦୨୨-୨୩ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ଦେଇଛନ୍ତି ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com