ବାଣିଜ୍ୟ
ଆଗକୁ ମହଙ୍ଗା ହେବ ବିଜୁଳି ବିଲ୍
ଭୁବନେଶ୍ୱର, ୨୪/୦୨/୨୦୨୩ – ଆଗକୁ ଗ୍ରୀଷ୍ମ ତାତି ବଢ଼ିବା ସହିତ ବିଜୁଳି ବିଲ୍ ମଧ୍ୟ ବଢ଼ିବ ବୋଲି ଅନୁମାନ କରାଯାଉଛି । କାରଣ ବର୍ତ୍ତମାନ ତାତି ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଇଲେକ୍ଟ୍ରିକ ରେଗୁଲେଟୋରୀ କମିଶନ-CERC ବିଜୁଳି ଉତ୍ପାଦନାକାରୀ କମ୍ପାନୀମାନଙ୍କୁ ଏନର୍ଜି ଏକ୍ସଚେଞ୍ଜ ଉପରେ ମହଙ୍ଗା ବିଜୁଳି ବିକ୍ରି କରିବାକୁ ଅନୁମତି ଦେଇଛି ।
ସେହିପରି ଇନ୍ଧନ ମୂଲ୍ୟ ଓ ଅନ୍ୟ ଦେୟ ଭାବେ ଅଧିକ ଖର୍ଚ୍ଚ ସହିତ ଶକ୍ତି ବିନିମୟରେ ଅଧିକ ମୂଲ୍ୟରେ ବିଦ୍ୟୁତ କ୍ରୟ କରିବାକୁ CERC ଅନୁମତି ଦେଇଛି । କମ୍ପାନୀମାନେ ୟୁନିଟ୍ ପିଛା ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବାକୁ ସକ୍ଷମ ହୋଇପାରିବେ । ଭାରତୀୟ ଏନର୍ଜି ଏକ୍ସଚେଞ୍ଜର ଆବେଦନ ଉପରେ CERC ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଅର୍ଥ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଅତିରିକ୍ତ ବୋଝ ହେବ ।