Featuredଅନ୍ତର୍ଜାତୀୟ

ଚୀନ ବାୟୁସୀମା ଭିତରେ ଆମେରିକାର ପାଟ୍ରୋଲିଂ ଏୟାରକ୍ରାଫ୍ଟ

ଚୀନ ବାୟୁସୀମା ଭିତରେ ଆମେରିକାର ପାଟ୍ରୋଲିଂ ଏୟାରକ୍ରାଫ୍ଟ। ଘଉଡାଇ ଦେଲା ଚୀନର ଫାଇଟର ଜେଟ୍ । ଦକ୍ଷିଣ ଚୀନ ସାଗର ପାରାସେଲ ଦ୍ବୀପପୁଞ୍ଜରେ ଅନୁପ୍ରବେଶ କରିଥିଲା ଆମେରିକାର ପାଟ୍ରୋଲିଂ ଏୟାରକ୍ରାଫ୍ଟ । ଚୀନର ରାଡରକୁ ଏହାର ସୂଚନା ଆସିବା ମାତ୍ରେ ଆକ୍ଟିଭ ହୋଇଯାଇଥିଲା ଲାଲ ସେନାର ଫାଇଟର ଜେଟ୍। କ୍ଷେପଣାସ୍ତ୍ରରେ ସଜ୍ଜିତ ଚୀନର J-11 ଫାଇଟର ଜେଟ୍ ଆକାଶରେ ଗର୍ଜନ କରିବା ସହ ଆମେରିକା ପାଟ୍ରୋଲିଂ ଏୟାରକ୍ରାଫ୍ଟକୁ ଘଉଡାଇ ଦେଇଥଇଲା।

ଅଭିଯୋଗ ଅନୁସାରେ, ଦକ୍ଷିଣ ଚୀନ ସାଗରର ୨୧ ହଜାର ୫୦୦ ଫୁଟ ଉଚ୍ଚତାରେ ଆମେରିକା ନୌସେନାର ପି-୮ ପସିଡନ ଏୟାରକ୍ରାଫ୍ଟ ଉଡୁଥିଲା। ତାହାକୁ ଇଣ୍ଟରସେପ୍ଟ କରିବାକୁ ଚୀନ ଫାଇଟର ଜେଟ୍ ଆକ୍ସନକୁ ଆସି ଯାଇଥିଲେ। ଘଟଣା ପରେ ଆମେରିକାକୁ ଚୀନ ତରଫରୁ ପଡ଼ା ବାର୍ତ୍ତା ଦିଆଯାଇଛି। ଭବିଷ୍ୟତରେ ଏପରି କଲେ ପ୍ରତିଫଳ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚୀନ ସତର୍କବାଣୀ ଶୁଣାଇ ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com