Featuredଜାତୀୟରାଜନୀତି

ଆଜି ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ:  ଆଜି ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ । ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଚାଲିବ। ମେଘାଳୟରେ ୩୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୧ ଲକ୍ଷ ଭୋଟର । ଏଥିପାଇଁ ରାଜ୍ୟରେ ମୋଟ୍‌ ୩ ହଜାର ୪ଶହ ୧୯ଟି ପୋଲିଂ ବୁଥ୍ କରାଯାଇଛି। ମାର୍ଚ୍ଚ ୨ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ନାଗାଲାଣ୍ଡରେ ୬୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାରେ ବିଜେପି ଓ ଏନଡିପିପି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି । ବିଜେପି ୨୦ଟି ଆସନରେ ଲଢୁଥିବା ବେଳେ ଏନଡିପିପି ୪୦ଟି ଆସନରେ ନିର୍ବାଚନ ଲଢୁଛି । ମୋଟ ୧୮୪ ଜଣ ପ୍ରାର୍ଥୀ ଏଥର ମଇଦାନରେ ଅଛନ୍ତି । ୧୩ ଲକ୍ଷରୁ ଅଧିକ ମତଦାତା ପ୍ରତିନିଧି ବାଛୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com