Featuredଜାତୀୟ

ଭବିଷ୍ୟତରେ ଇ-କୋର୍ଟ ହେବ ନ୍ୟାୟପାଳିକା : ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ

ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଶନିବାର ଦିନ “ସ୍ମାର୍ଟ କୋର୍ଟ ଆଣ୍ଡ ଫ୍ୟୁଚର ଅଫ୍ ଜୁଡିସିଆରୀ” ବିଷୟ ଉପରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ସେ ମୁଖ୍ୟତଃ ନ୍ୟାୟପାଳିକାରେ ଟେକନିକ୍ ର ବ୍ୟବହାର ଓ ଇ କୋର୍ଟର ଭବିଷ୍ୟତ ଉପରେ ନିଜର ମତ ରଖିଥିଲେ । ସେ କହିଛନ୍ତି କି, ଇ କୋର୍ଟ ହିଁ ଭବିଷ୍ୟତର ନ୍ୟାୟପାଳିକା । ଯେଉଁଠି ଡିଜିଟାଲାଇଜେନସ, ଇ ଫାଇଲିଂ, ଭର୍ଚୁଆଲ କୋର୍ଟ ଓ ଇ ପେମେଣ୍ଟ ମାଧ୍ୟମରେ ବିନା କାଗଜରେ କୋର୍ଟ ଚାଲିବ । ଏହାସହ ମାମଲାର ଶୁଣାଣି ବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କ ଅଡିଓ ଓ ଭିଡିଓ ଷ୍ଟ୍ରମିଂର ସୁବିଧା ମିଳିବ ।

ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୁଡ କହିଛନ୍ତି କି, ଭାରତ ଭଳି ବିବିଧତା ପୂର୍ଣ୍ଣ ଦେଶରେ ନ୍ୟାୟ ପ୍ରଣାଳୀକୁ ଏଭଳି ସୁନିଶ୍ଚିନ୍ତ କରାଯିବା ଆବଶ୍ୟକ କି, ସମସ୍ତଙ୍କୁ ଠିକ୍ ସମୟରେ ଓ ପ୍ରଭାବି ଢଙ୍ଗରେ ନ୍ୟାୟ ମିଳିପାରିବ । ଏହି କାରଣରୁ ନାଗରିକ ଓ ବ୍ୟବସ୍ଥା ମଧ୍ୟରେ ଥିବା ଦୂରତାକୁ କମ୍ କରିବାକୁ ନ୍ୟାୟପାଳିକାରେ ଟେକ୍ନୋଲୋଜୀର ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ।

ପ୍ରଧାନବିଚାରପତି ଆହୁରି କହିଛନ୍ତି କି, ଇ-କୋର୍ଟ ପ୍ରକଳ୍ପର ଦୁଇଟି ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ତୃତୀୟ ପର୍ଯ୍ୟାୟରେ ଏକ ମଜବୁତ ଦେଶବ୍ୟାପୀ ମନିଟରିଂ ବ୍ୟବସ୍ଥାର ବିକଶିତ କରାଯିବ । ସ୍ୱଚ୍ଛତା, ଉପଲବ୍ଧତା ଏବଂ ଉତ୍ତରଦାୟିତ୍ୱର ଉନ୍ନତି ଆଣିବା ପାଇଁ କାଗଜବିହୀନ ଅଦାଲତ ଏବଂ ସିଧା ପ୍ରସାରଣର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com