ବାଣିଜ୍ୟ

ହୋଲି ପାଇଁ NSE ଏବଂ BSE ରେ ଟ୍ରେଣ୍ଡ ବନ୍ଦ, ଜାଣନ୍ତୁ ମାର୍ଚ୍ଚ ମାସରେ କେତେ ଦିନ ବନ୍ଦ ରହିବ ମାର୍କେଟ

ଭୁବନେଶ୍ୱର, ୦୭/ ୦୩/ ୨୦୨୩ –    ଶନିବାର ଏବଂ ରବିବାର ବ୍ୟତୀତ ପ୍ରମୁଖ ପର୍ବଗୁଡ଼ିକରେ ଷ୍ଟକ୍ ମାର୍କେଟ ବନ୍ଦ ରହିଥାଏ । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ହୋଲି ଛୁଟିଦିନକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ହୋଲି ମାର୍ଚ୍ଚ ୮ ରେ ଦେଶର ପ୍ରାୟ ସମସ୍ତ ସ୍ଥାନରେ ପାଳନ ହେବାକୁ ଯାଉଛି ଏବଂ ହୋଲିକା ଦହନ ମାର୍ଚ୍ଚ ୦୭ ତାରିଖରେ ପାଳନ କରାଯିବ । ଏଭଳି ପରିସ୍ଥିତିରେ ଅନେକ ନିବେଶକଙ୍କ ମନରେ ପ୍ରଶ୍ନ ହେଉଛି ଆଜି କିମ୍ବା ଆସନ୍ତାକାଲି ଷ୍ଟକ୍ ମାର୍କେଟ ବନ୍ଦ ଅଛି କି ?

ତେବେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୦୭ ରେ ଉଭୟ NSE ଏବଂ BSE ରେ ଟ୍ରେଣ୍ଡ ବନ୍ଦ ରହିବ । ଆସନ୍ତାକାଲି ବଜାରରେ ସାଧାରଣ ବ୍ୟବସାୟ ହେବ ।

NSE ଏବଂ BSEର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଷ୍ଟକ୍ ବ୍ରୋକର୍ ଆସୋସିଏସନ୍ ANMI ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆକୁ ଏକ ଚିଠି ଲେଖିଛି ଏବଂ ମାର୍ଚ୍ଚ ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଷ୍ଟକ୍ ମାର୍କେଟ ଛୁଟି ପରିବର୍ତ୍ତନ କରାଯିବାକୁ ନିବେଦନ କରିଛି । ଜୁନ୍ ୨୨ , ୨୦୨୨ ରେ କେନ୍ଦ୍ର ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ, ହୋଲି କାରଣରୁ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ମାର୍ଚ୍ଚ ୦୮ ରେ ବନ୍ଦ ରହିବ । ଷ୍ଟକ୍ ବ୍ରୋକର୍ସ ଆସୋସିଏସନର ଅନୁରୋଧ ପରେ ମଧ୍ୟ ମାର୍ଚ୍ଚ ୦୮ ର ଛୁଟିଦିନ ବିଷୟରେ କୌଣସି ଅଦ୍ୟତନ ଜାରି କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ମାର୍ଚ୍ଚ ୦୮ ବୁଧବାର ଦିନ ବଜାରରେ ସାଧାରଣ ବ୍ୟବସାୟ ହେବ।

ଏହା ବ୍ୟତୀତ, ଷ୍ଟକ୍ ମାର୍କେଟ୍ ରାମ ନବମୀ ଅର୍ଥାତ୍ ମାର୍ଚ୍ଚ ୩୦ ରେ ବନ୍ଦ ରହିବ | ଏହି ଦିନ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । ହୋଲି ଏବଂ ରାମ ନବମୀ ହେତୁ ଶନିବାର ଏବଂ ରବିବାର ଛୁଟି ସମେତ ମାର୍ଚ୍ଚ ମାସରେ ଷ୍ଟକ୍ ମାର୍କେଟ ମୋଟ ୧୦ ଦିନ ବନ୍ଦ ରହିବ ।

ଚଳିତ ବର୍ଷ ଷ୍ଟକ୍ ମାର୍କେଟରେ କେତେ ଛୁଟି ରହିବ ?
ମାର୍ଚ୍ଚ ୩୦, ୨୦୨୩ – ରାମ ନବମୀ
ଏପ୍ରିଲ୍ ୪ , ୨୦୨୩ – ମହାବୀର ଜୟନ୍ତୀ
ଏପ୍ରିଲ୍ ୭ , ୨୦୨୩ – ଗୁଡ଼ ଫ୍ରାଇଡେ
ଏପ୍ରିଲ୍ ୧୪, ୨୦୨୩ – ଆମ୍ବେଦକର ଜୟନ୍ତୀ
ମଇ ୧ , ୨୦୨୩ – ମହାରାଷ୍ଟ୍ର ଦିବସ
ଜୁନ୍ ୨୮, ୨୦୨୩ – ବକ୍ରି ଇଦ୍
ଅଗଷ୍ଟ ୧୫, ୨୦୨୩ – ସ୍ୱାଧୀନତା ଦିବସ
ସେପ୍ଟେମ୍ବର ୧୯, ୨୦୨୩ – ଗଣେଶ ପୂଜା
ଅକ୍ଟୋବର ୨, ୨୦୨୩ – ଗାନ୍ଧୀ ଜୟନ୍ତୀ
ଅକ୍ଟୋବର ୨୪, ୨୦୨୩ – ଦଶହରା
ନଭେମ୍ବର ୧୪, ୨୦୨୩ – ଦୀପାବଳି
ନଭେମ୍ବର ୨୭, ୨୦୨୩ – ଗୁରୁ ନାନକ ଜୟନ୍ତୀ
ଡିସେମ୍ବର ୨୫, ୨୦୨୩ – ଖ୍ରୀଷ୍ଟମାସ

Related Articles

Back to top button
WP Twitter Auto Publish Powered By : XYZScripts.com