ଅନ୍ୟାନ୍ୟ
ଭାରତ-ଅଷ୍ଟ୍ରଲିଆ ମ୍ୟାଚରେ ବ୍ୟାଘାତ ସୃଷ୍ଟି ଯୋଜନା କରିଥିବା ୨ ସନ୍ଦିଗ୍ଧ ଗିରଫ
![Arrest](https://i0.wp.com/odia.mobilenews24x7.com/wp-content/uploads/2023/03/Arrest-e1678606077350.jpg?resize=597%2C340&ssl=1)
ଅହମ୍ମଦାବାଦ, ୨୩/୦୩/୨୦୨୩ – ଭାରତ- ଅଷ୍ଟ୍ରଲିଆ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ଯୋଜନା କରିଥିବା ୨ ସନ୍ଦିଗ୍ଧଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ୍ ସେଲ୍ । ଗିରଫ ୨ଜଣ ହେଉଛନ୍ତି ଖଲିସ୍ତାନୀ ସଙ୍ଗଠନ ସମର୍ଥିତ ବ୍ୟକ୍ତି । ମ୍ୟାଚ୍ ସମୟରେ ‘ସିମ୍ ବକ୍ସ୍ ଟେକ୍ନୋଲୋଜି’ ବ୍ୟବହାର କରି ଧମକ ଦେଇଥିଲେ ।
୨ ଅଭିଯୁକ୍ତଙ୍କୁ ସାତ୍ନା ଓ ରେୱା ଜିଲ୍ଲାରୁ ଗିରଫ କରାଯାଇଛି । ଗୁଜୁରାଟରେ ଚାଲିଥିବା କ୍ରିକେଟ ଖେଳ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବନିଜ୍ ଅହମ୍ମଦାବାଦରେ ଥିବାବେଳେ ଏଭଳି ଘଟଣା ଘଟିଛି ।