Featuredଓଡ଼ିଶାଜାତୀୟଶିକ୍ଷା

ନିୟୁ ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶାର ସାତ ଜିଲ୍ଲା ସାମିଲ କଲା କେନ୍ଦ୍ର

କେନ୍ଦ୍ର ସରକାରଙ୍କ ନିୟୁ ଇଣ୍ଡିଆ ଲିଟରାସି ପ୍ରୋଗ୍ରାମରେ ଓଡ଼ିଶାର ୭ଟି ଜିଲ୍ଲା ସାମିଲ ହେବ । ୨୦୧୧ ଜନଗଣନା ଆନୁସାରେ କଳାହାଣ୍ଡି, କୋରାପୁଟ, ନୂଆପଡ଼ା. ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ସାକ୍ଷରତା ହାର କମ ରହିଛି । ତେଣୁ ଏସବୁ ଜିଲ୍ଲାର ୧୫ରୁ ୩୫ ବର୍ଷ ବ୍ୟକ୍ତି, ଯେଉଁମାନେ ପାଠ ପଢ଼ିନଥିବେ ବା ଯେଉଁମାନେ ଅଧାରୁ ପାଠ ଛାଡ଼ିଥିବେ, ସେମାନଙ୍କୁ ସାକ୍ଷର କରାଯିବ । ଶିକ୍ଷାଦାନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଏନଏସଏସ ଓ ଏନସିସି କ୍ୟାଡେଟଙ୍କ ସମେତ ଶିକ୍ଷକଙ୍କୁ ସାମିଲ କିରବାକୁ ଯୋଜନା ରହିଛି । ବ୍ୟୟ ଅଟକଳ, ଲୋକଙ୍କ ତାଲିକା ଓ କାର୍ଯ୍ୟକାରିତାର ପ୍ଲାନ ପ୍ରସ୍ତୁତ କରିବାକୁ ଏସବୁ ଜିଲ୍ଲାର ଶିକ୍ଷାଧିକାରଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପରେ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com