କ୍ରୀଡ଼ା

ପାରା ସୁଟିଂ ବିଶ୍ୱକପ : ୧୦ ପଦକ ସହ ଶୀର୍ଷରେ ଭାରତ

ନୂଆଦିଲ୍ଲୀ: ଜର୍ମାନୀର ମ୍ୟୁନିକ୍‌ ଠାରେ ଆୟୋଜିତ ପାରା ସୁଟିଂ ବିଶ୍ୱକପ୍‌ରେ ଭାରତ ରେକର୍ଡ଼ ୧୦ ପଦକ ସହ ଶୀର୍ଷ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ସେଥିମଧ୍ୟରେ ୬ ସ୍ୱର୍ଣ୍ଣ, ୩ ରୌପ୍ୟ, ୧ ବ୍ରୋଞ୍ଜ ପଦକ ସାମିଲ୍‌ ରହିଛି । ସେହିପରି ଫ୍ରାନ୍ସ ୧୧ (୪ ସ୍ୱର୍ଣ୍ଣ) ପଦକ ସହ ଦ୍ୱିତୀୟ ଓ ୟୁକ୍ରେନ ୧୫ (୩ ସ୍ୱର୍ଣ୍ଣ) ପଦକ ସହ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା ।

ଅନ୍ତିମ ଦିବସରେ ପାରାଲିମ୍ପିକ ରୌପ୍ୟ ପଦକ ବିଜେତା ସିଂହରାଜ ଅଧାନା ଭାରତକୁ ଡବଲ୍‌ ସ୍ୱର୍ଣ୍ଣ ଭେଟି ଦେଇଥିଲେ । ପି-୪ ମିକ୍ସଡ ୫୦ମିଟର ଏସ୍‌ଏଚ୍‌-୧ ଇଭେଣ୍ଟର ଫାଇନାଲ୍‌ରେ ସିଂହରାଜ ୨୨୪.୧ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୟୁକ୍ରେନର ଓଲେକ୍ସି ୨୧୬.୨ ପଏଣ୍ଟ ସହ ରୌପ୍ୟ ଏବଂ କୋରିଆର ଜିଓଙ୍ଗ୍‌ଡୁ ଜୋ ୧୯୩.୯ ପଏଣ୍ଟ ସହ ବ୍ରୋଞ୍ଜ ଜିତିଥିଲେ ।

ସେହିପରି ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲା । ସିଂହରାଜ, ଦୀପେନ୍ଦର ସିଂହ ଓ ମନୀଷ ନରୱାଲଙ୍କୁ ନେଇ ଗଠିତ ଦଳ ଏହି ପଦକ ଜିତିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com