୪୨ ବର୍ଷରେ ତୃତୀୟ ବିବାହ କରିବେ କି ଅଭିନେତ୍ରୀ ଶ୍ୱେତା ତିୱାରୀ ?
![sweta tiwari](https://i0.wp.com/odia.mobilenews24x7.com/wp-content/uploads/2023/03/sweta-tiwari-e1678889293833.jpg?resize=780%2C470&ssl=1)
ଭୁବନେଶ୍ୱର, ୧୫/୦୩/୨୦୨୩ – ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ୪୨ ବର୍ଷ ବୟସରେ ମଧ୍ୟ ନିଜର ହଟ ଷ୍ଟାଇଲ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ପ୍ରତିଦିନ ନିଜ ପ୍ରଶଂସକଙ୍କ ପାଇଁ ନିଜର ବୋଲ୍ଡ ଲୁକ୍ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହି ବୟସରେ ମଧ୍ୟ ଅଭିନେତ୍ରୀ ନିଜକୁ ଫିଟ୍ ରଖିବା ପାଇଁ କୌଣସି ବାଟ ଛାଡି ନାହାଁନ୍ତି ଏବଂ ସାହସିକତା ଦୃଷ୍ଟିରୁ ତାଙ୍କ ଝିଅ ପାଲକ ତିୱାରୀଙ୍କୁ କଡା ଟକ୍କର ଦିଅନ୍ତି।
ନିକଟରେ ଅଭିନେତ୍ରୀ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ବୋଲ୍ଡ ଦେଖା ଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ଫଟୋ ଉପରେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ, ଯଦି ଆମେ ଶ୍ୱେତାଙ୍କ ବିବାହ ବିଷୟରେ କଥା ହେବା, ତେବେ ୧୯୯୮ ମସିହାରେ ସେ ପ୍ରଥମ ଥର ପାଇଁ ରାଜ ଚୌଧୁରୀଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଝିଅ ଅଛି। ଯାହାର ନାମ ପାଲକ ତିୱାରୀ। ଅଭିନେତ୍ରୀ ୧୪ ବର୍ଷ ବିବାହ ପରେ ସ୍ୱାମୀ ରାଜ ଚୌଧୁରୀଙ୍କ ଠାରୁ ଛାଡପତ୍ର ହୋଇଥିଲେ।
ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ସେ ଅବିନାଭ କୋହଲିଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ। ଶ୍ୱେତା- ଅଭିନାଭଙ୍କର ଏକ ଶିଶୁପୁତ୍ର ଅଛି। ତେବେ ଶିଶୁ ପରେ ଶ୍ୱେତା କୋହଲିଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ।ଅଭିନେତ୍ରୀ ଶ୍ୱେତା ତିୱାରୀ ପ୍ରତିଦିନ ତାଙ୍କର ବୋଲ୍ଡ ଫଟୋସୁଟ୍ କରିଥା’ନ୍ତି ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ।