![](https://i0.wp.com/odia.mobilenews24x7.com/wp-content/uploads/2023/03/download-4.jpg?resize=300%2C168&ssl=1)
ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ସ୍ଥିତ ବାସଲାଇ ନଦୀ ଘାଟ ନିକଟରେ ମାଟି ଖୋଳୁ ଖୋଳୁ ବାହାରୁଛି ସୁନା । ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ସାହିତ । ପିଲାଠୁ ବୟସ୍କ ସମସ୍ତେ ମାଟି ଖୋଳିବାରେ ବ୍ୟସ୍ତ ।
ଏହି ପ୍ରଚାର ହେବା ପରେ ଗାଁର ଛୋଟ ପିଲାଠୁ ଆରମ୍ଭ କରି ମହିଳା ଓ ପୁରୁଷ ସଭିଏଁ ସୁନା ଖୋଜିବାରେ ଲାଗି ପଡିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ଗାଁର କିଛି ଲୋକଙ୍କୁ ବାସଲାଇ ନଦୀ ନିକଟରୁ ସୁନା ମିଳିଥିଲା । ଯାହା ପରେ ସୁନା ଲୋଭରେ ଆଖପାଖ ଗାଁର ଲୋକେ ଏଠାରେ ବହୁ ସଂଖ୍ୟାରେ ସୁନା ସନ୍ଧାନରେ ଲାଗିପଡିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏ ନେଇ ତଦନ୍ତ କରୁଛି ।