ଅନ୍ତର୍ଜାତୀୟଜାତୀୟ

ଡାକ୍ତରୀ ପଢିବାକୁ ଆଉ ଯିବାକୁ ପଡିବନି ୟୁକ୍ରେନ : ମେଡିକାଲ କଲେଜ ତିଆରି କରିବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ() ଆନନ୍ଦ ମହିନ୍ଦ୍ରା ସଦାବେଳେ ନିଜର ଡ୍ରିମ୍ ପ୍ରୋଜେକ୍ଟ ବାବଦରେ ସୋସିଆଲ ମିଡିଆରେ ସୂଚନା ଦେଇଥାନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଭାବେ ନିଜର ମତ ରଖିଥାନ୍ତି । ଏବେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ସ୍ଥିତି ଦେଖି ଏକ ବଡ ପ୍ରକଳ୍ପ ବାବଦରେ ଆନନ୍ଦ ଘୋଷଣା କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ ମେଡିକାଲ କଲେଜରେ ଏତେ ଅଭାବ ଥିବା ସେ ଜାଣି ନଥିଲେ । ତାଙ୍କ କମ୍ପାନୀର ଏମଡି ଓ ସିଇଓଙ୍କୁ ଟ୍ୟାଗ୍ କରି କଣ ମହିନ୍ଦ୍ରା ୟୁନିଭର୍ସିଟିରେ ମେଡିକାଲ ପାଠ୍ୟକ୍ରମ ପଢାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ।

ଫି ହେବନି କୋଟି କୋଟି ଟଙ୍କା

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ୍ ପରେ ଅନେକ ୟୁଜର ଭାରତରେ ଡାକ୍ତରୀ ପଢିବା ବ୍ୟୟ ବହୁଳ ବୋଲି କହିଥିଲେ । ଏହାକୁ ନେଇ ଜଣେ ୟୁଜର ଆନନ୍ଦଙ୍କୁ ମେଡିକାଲ କଲେଜ କଲେ ଫି ଅଧିକ ନ ରଖିବାକୁ ଅନୁରୋଧ କରିଥିଲେ । ଏହା ଉପରେ ଆନନ୍ଦ ମହିନ୍ଦ୍ରା ଧ୍ୟାନ ରଖିବେ ବୋଲି କହିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com