କ୍ରୀଡ଼ା

ସ୍ୱର୍ଣ୍ଣ ପଦକ ଜିତିଲେ ନୀତୁ ଘାନହାସ ଓ ସ୍ୱିଟି ବୋରା

ଭୁବନେଶ୍ୱର, ୨୬/୦୩/୨୦୨୩ –   IBA ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ୨ ଭାରତୀୟ ବକ୍ସର ନୀତୁ ଘାନହାସ ଓ ସ୍ୱିଟି ବୋରା । ଏହି ବିଜୟ ସହିତ ନୀତୁ ଓ ସ୍ୱିଟି ଭାରତର ସପ୍ତମ ମହିଳା ବିଶ୍ୱ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।  ଶନିବାର ଅନୁଷ୍ଠିତ ୪୮ କେଜି ଫାଇନାଲ ଲଢ଼େଇରେ ୨୨ ବର୍ଷୀୟା ନୀତୁ ମଙ୍ଗୋଲିଆର ଲୁତସାଇଖାନ୍‌ ଆଲତାନସେତସେଗଙ୍କୁ ୫-୦ରେ ପରାସ୍ତ କରିଥିଲେ ।

ସେହିପରି ୮୧ କେଜି କ୍ୟାଟେଗୋରୀ ଫାଇନାଲରେ ସ୍ୱିଟି ବୋରା ଚୀନର ୱାଙ୍ଗ୍ ଲିନାଙ୍କୁ ୪-୩ରେ ହରାଇ ବିଶ୍ୱ ଚାମ୍ପିଅନ ହୋଇଛନ୍ତି ।

ବର୍ତ୍ତମାନ ଭାରତ ବିଶ୍ୱ ଚାମ୍ପିଅନସିପରେ ୧୨ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି । ପୂର୍ବରୁ MC ମେରିକମ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮ରେ ବିଶ୍ୱ ଚାମ୍ପିଅନଶିପ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୂର୍ବରୁ ଭାରତୀୟ ମହିଳା ବକ୍ସର ସରିତା ଦେବୀ ୨୦୦୬, ଜେନୀ ଆରଏଲ ୨୦୦୬, ଲେଖା କେସି ୨୦୦୬ ଓ ନିଖତ ଜାରୀନ ୨୦୨୨ରେ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com