Featuredଜାତୀୟରାଜନୀତି

ଟ୍ୱିଟରରେ ନିଜ ପ୍ରୋଫାଇଲ ବାୟୋ ବଦଳାଇଛନ୍ତି ରାହୁଲ

ଟ୍ୱିଟରରେ ନିଜ ପ୍ରୋଫାଇଲ ବାୟୋ ବଦଳାଇଛନ୍ତି ରାହୁଲ ଗାନ୍ଧୀ । ଏବେ ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି । ୪ ବର୍ଷ ତଳରେ ବିବାଦୀୟ ବୟାନ ଦେଇଥିବା ରାହୁଲଙ୍କୁ ଗୁରୁବାର ସୁରତ ସେସନ୍ସ କୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ ।

ଯଦିଓ ତାଙ୍କୁ ତୁରନ୍ତ ଏହି ମାମଲାରେ ଜାମିନ୍ ମିଳିଥିଲା, କିନ୍ତୁ ପରଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଯାହାକୁ ନେଇ ପୂରା କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ହଲ୍ଲାବୋଲ ଡାକରା ଦେଇଛି । ପ୍ରୋଫାଇଲରେ ‘ଡରୋ ମତ୍’ ବା ଡର ନାହିଁ ବୋଲି ଦର୍ଶାଇଛି କଂଗ୍ରେସ । କିଛି କଂଗ୍ରେସ ନେତା ମଧ୍ୟ ‘ଡରୋ ମତ୍’ ପ୍ରୋଫାଇଲ ଫଟୋ ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com