ସ୍ୱାସ୍ଥ୍ୟ

ଓ୍ବାର୍କ ଫ୍ରମ ହୋମ ପାଇଁ ସୁପ୍ରିମକୋର୍ଟଙ୍କ ସହମତି

ଦେଶରେ ବଢୁଛି କରୋନା ସଂକ୍ରମଣ । ଓକିଲମାନେ ଓ୍ବାର୍କ ଫ୍ରମ ହୋମ କରିପାରିବେ ବୋଲି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଗତ କିଛି ଦିନ ଧରି ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଓ୍ବାର୍କ ଫ୍ରମ ହୋମ ଲାଗି ଗ୍ରୀନ ସିଗନାଲ ଦେଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଜେ.ବି. ପାର୍ଦିଓ୍ବାଲା ।

ଆଜିଠୁ ଭିଡିଓ କନଫରେନ୍ସିଂ ଜରିଆରେ ଓକିଲମାନେ ହାଜର ହୋଇପାରିବେ ବୋଲି କହିଛନ୍ତି କୋର୍ଟ । ଗତକାଲି ଦେଶରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୪ ହଜାର ୪୩୫ ହୋଇଥିବାବେଳେ ଗତ କିଛିଦିନ ଧରି ଉପରମୁହାଁ ରହିଛି କରୋନା ଗ୍ରାଫ । ଗତ ୧୬୩ ଦିନ ମଧ୍ୟରେ ଗତକାଲି ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨୩ ହଜାର ୦୧ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ହୋଇଥିବାବେଳେ ପ୍ରାଣ ହରାଇଲେଣି ୫ ଲକ୍ଷ ୩୦ ହଜାର ୯୧୬ ।

Related Articles

Back to top button
WP Twitter Auto Publish Powered By : XYZScripts.com