ଓଡ଼ିଶା

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ଭୁବନେଶ୍ୱର, ୧୧/୦୪/୨୦୨୩ –   ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଉପକୂଳରୁ ଉପାନ୍ତ ସବୁଠି ଡହ ଡହ ତାତି । ଯଦି ରାଜଧାନୀ ଭୁବନେଶ୍ୱର କଥା ଦେଖିବା ସକାଳ ସାଢେ ୮ଟାରୁ ତାତି ଏତେ ବଢୁଛି ଯେ, ବାହାରକୁ ବାହାରିବା କଷ୍ଟକର । ସତେ  ଯେମିତି ରାଜଧାନୀର ଲୋକମାନେ ତତଲା ତାୱରେ ସେକି ହେଉଛନ୍ତି । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୩୮ ଡିଗ୍ରୀ ଛୁଇଁଥିଲା ପାରଦ ।

ଏହା ପଛକୁ ଝାରସୁଗୁଡା ୩୭.୬, ଚାନ୍ଦବାଲି, ୩୭.୪, ବାଲେଶ୍ୱର ୩୬.୮, ହୀରାକୁଦ ୩୬.୨, କେନ୍ଦୁଝର ୩୫.୪, ଗୋପାଳପୁର ୩୪, ପୁରୀ ୩୩.୮, ପାରାଦ୍ୱୀପ ୩୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରେ ସୋମବାର ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବା ବେଳେ ଝାରସୁଗୁଡା ସବୁଠାରୁ ଉତପ୍ତ ସହର ଭାବେ ୪୦.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା ।

ତେବେ ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ଖରାରୁ ସୁରକ୍ଷିତ ରହିବା ପାଇଁ ମଧ୍ୟ ସତର୍କ କରାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଯେପରିକି ଲେମ୍ବୁପାଣି, ତୋରାଣି, ଘୋଳ ଦହି, ଆଖୁରସ, ପଇଡ ପାଣି, ORS,  ଏବଂ ଲସି ଆଦି ପିଇବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଖରାରେ ବାହାରକୁ ଯାଉଥିଲେ ସାଙ୍ଗରେ ଛତା, ଜୋତା, ତଥା ସାଥିରେ ପାଣି ବୋତଲ ନେଇ ବାହାରକୁ ବାହାରନ୍ତୁ । ଅତି ଆବଶ୍ୟକ ନଥଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଖରାରେ ବାହାରକୁ ବାହାରନ୍ତୁ ନାହିଁ । ହାଲୁକା ଓ ଈଷତ ରଙ୍ଗର ସୂତା କପଡା ପରିଧାନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ସେହିପରି ଏପ୍ରିଲ ୧୩ରୁ ୧୫ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି ।ସେହିପରି ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମି ବର୍ଷା । ଏନେଇ ପାଣିବାଗ ବିଭାଗ ପୂର୍ବାନୁମାନ କରିଛି । ମୌସୁମୀ ବର୍ଷର ପରିମାଣ ୯୬ପ୍ରତିଶତ ହେବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com