ବିଜ୍ଞାନ ଓ ପ୍ରଯୁକ୍ତି

ଓଡ଼ିଶାର ୭ଟି ସ୍ଥାନରେ FM ରେଡ଼ିଓ ଷ୍ଟେସନ

ଭୁବନେଶ୍ୱର, ୨୯/୦୪/୨୦୨୩ –    ଓଡିଶାରେ ୭ଟି ସ୍ଥାନରେ ଏଫଏମ ରେଡିଓ ସେବା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ସ୍ଥାନ ଗୁଡିକ ହେଉଛି ପୁରୀ ଜିଲ୍ଲାର ଗୋପ, ଗଜପତି ଜିଲ୍ଲାର ମୋହନା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, କନ୍ଧମାଳ ଏବଂ ବରଗଡ଼ । ଏହି ସବୁ ଜାଗାରେ FM ଟ୍ରାନ୍ସମିଟର ଲୋକାର୍ପିତ କରାଯିବ ।

ପ୍ରତି ୧୫ରୁ ୨୦ କି.ମି. ପରିସର ମଧ୍ୟରେ ଲୋକମାନେ ଏହାକୁ ଶୁଣିପାରିବେ । ସେପଟେ ଶୁକ୍ରବାର ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର, କେରଳ ଛତିଶଗଡ, ହରିଆଣା , ଗୁଜୁରାଟ, ମଧ୍ୟପ୍ରଦେଶ , ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ଆଦି ରାଜ୍ୟ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରାନ୍ସମିଟର ଉଦ୍ଘାଟନ କରିଛନ୍ତି ।  ୧୦୦ ୱାଟ କ୍ଷମତା ବିଶିଷ୍ଟ ୯୧ଟି ଏଫଏମ ଟ୍ରାନ୍ସମିଟରକୁ ଦେଶର ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲ୍ଲାରେ ସ୍ଥାପନ କରାଯାଇଛି । ଏହି ସେବା ଦ୍ୱାରା ଅତିରିକ୍ତ ୨ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com