ଅନ୍ୟାନ୍ୟ

ଆମ୍ବ ସଢା ଖାଉଥିଲେ ଥରେ ଦେଖନ୍ତୁ

ଭୁବନେଶ୍ୱର, ୨୯/୦୪/୨୦୨୩ –    ବିଶ୍ୱରେ ଆମ୍ବ ସମସ୍ତଙ୍କର ପ୍ରିୟ ଫଳ ଅଟେ । ଆମ୍ବକୁ ମଧ୍ୟ ଫଳର ରାଜା କୁହାଯାଏ । ସମସ୍ତେ ଏହାକୁ ଅତି ଉତ୍ସାହରେ ଖାଇଥାନ୍ତି । ଆଲଫୋନସୋ, ଚାଉନ୍ସା, ଦୁସେହେରୀ, ଲାଙ୍ଗ୍ରା, କେସର, ଟୋଟାପୁରୀ ଇତ୍ୟାଦି ଅନେକ କିସମ ସହିତ ଭାରତ ଆମ୍ବ ଉତ୍ପାଦନରେ ଅଗ୍ରଣୀ ରହିଛି । ମିଠା ଏବଂ ଖଟା ସ୍ୱାଦ ଯୁକ୍ତ ଏହି ଫଳକୁ ଲୋକେ ଏତେ ଭଲ ପାଆନ୍ତି ଯେ ଏଥିରୁ ଅନେକ ଆକର୍ଷଣୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ।

ତେବେ ସେଥିମଧ୍ୟରୁ ଏକ ସୁସ୍ୱାଦୁ ଖାଦ୍ୟ ହେଉଛି ଆମ୍ ପାପଡ୍ । ଯାହାକୁ ଭାରତରେ ଅନେକ ଲୋକ ପସନ୍ଦ କରନ୍ତି, କିନ୍ତୁ ଏହା କିପରି ତିଆରି ହୁଏ ତାହା ଅନେକେ ଜାଣି ନାହାଁନ୍ତି । ବର୍ତ୍ତମାନ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି ଯାହା ଆମ୍ ପାପଡ୍ ତିଆରି ହେବାର ପ୍ରକ୍ରିୟା ଦର୍ଶାଉଛି । କିଛି ଲୋକ ଆମ୍ବ ରସରୁ ଆମ୍ବ ପେପଡ ତିଆରି କରୁଥିବା ଦେଖା ଯାଇଛି । ପ୍ରଥମେ, ସେମାନେ ଆମ୍ବକୁ ଧୋଇ ଖଣ୍ଡ ଖଣ୍ଡ କରି କାଟୁଛନ୍ତି । ଏହାପରେ ମେସିନରେ ପୁରାଉଛନ୍ତି । ମେସିନ ଆମ୍ବରୁ ରସ ବାହାର କରିବା ସହିତ ଚୋପାକୁ ଅଲଗା କରିଦେଉଛି ।

ଏହାପରେ ସେମାନେ ଚିନି ପକାଇ ଖାଲି ହାତରେ ଗୋଳାଉଛନ୍ତି । ପରେ କିଛି ଶ୍ରମିକ ଶୁଖିଲା ପତ୍ରର ଏକ ସିଟ୍ ଉପରେ ସେହି ରସକୁ ଆଣି ଢାଳୁଛନ୍ତି । ଏଗୁଡିକ ଶୁଖିଲାପରେ ଏହିଠାରୁ ହିଁ ବିକ୍ରୟ ପାଇଁ ସଠିକ୍ ପ୍ୟାକ୍ ହୋଇଯାଏ । ତେବେ ଏହି ଦୃଶ୍ୟ ଦେଖିବାପରେ ସ୍ୱଚ୍ଛାତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଇନଷ୍ଟାଗ୍ରାମ ବ୍ୟବହାରକାରୀ । ଜଣେ ଉପଭୋକ୍ତା ଲେଖିଛନ୍ତି, “RIP ସ୍ୱଚ୍ଛତା” ଏବଂ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ସ୍ୱଚ୍ଛତା ଶୂନ୍ୟ ! ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ସ୍ୱଚ୍ଛତା ବଜାୟ ରଖନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com