ଅନ୍ୟାନ୍ୟ

୮ ବର୍ଷର ଝିଅକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା

ପାଟଣା: ବିହାରର ବାଙ୍କା ଅଞ୍ଚଳରେ ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା କଲେ ନର ରାକ୍ଷସ । ନାବାଳିକାର ମୃତଦେହ ମିଳିବା ପରେ ପୁଣି ତାଜା ହୋଇଯାଇଛି ଦିଲ୍ଲୀ ନିର୍ଭୟା ହତ୍ୟା ଘଟଣା । କାମନା ଲୋଭରେ ଯୌନ ପିପାସୁ ରକ୍ଷସମାନେ ଅତି ନିର୍ଦ୍ଦୟ ଭାବେ କରିଛନ୍ତି ଏହି କୁନି ଝିଅର ହତ୍ୟା ।
ଅଭିଯୋଗ ଅନୁସାରେ, ହୋଲି ଦିନ ପିଲାଟି ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ନିକଟସ୍ଥ ଦୁର୍ଗା ମନ୍ଦିର ପଖରୁ ନିଖୋଜ ହୋଇ ଯାଇଥିଲେ । ବହୁତ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ନଥିଲେ ପରିବାର ଲୋକେ । ଏନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ତ୍ବରିତ ପଦକ୍ଷେପ ନନେଇ ଆଖପାଖରେ ଖୋଜିବାକୁ କହି ଚୁପ ହୋଇ ବସି ଯାଇଥିଲା । ପଚରାଉଚରା ବେଳେ ଦୁର୍ଗା ମନ୍ଦିର ପାଖରୁ ଏକ ନାଲି ଅଟୋରେ ଝିଅ ଯାଇଥିବା ତା’ର ଜଣେ ସାଙ୍ଗ କହିଥିଲା । ଏହାପରେ ଅଟୋ ଚାଳକଙ୍କୁ ଖୋଜିବା ଆରମ୍ଭ କରିଥିଲେ ପରିବାର ଲୋକେ ।
ଆଟୋ ଚାଳକ ଫେରାର
ପଚରାଉଚରା କରି ନାବାଳିକାଙ୍କ ପରିବାର ଲୋକେ ଅଟୋ ଚାଳକଙ୍କ ଘରେ ପହଞ୍ଚିଥିଲେ । ହେଲେ ଘଟଣା ସମ୍ପର୍କରେ ସେ କିଛି ଜାଣି ନଥିବା କହିଥିଲା । ପରେ ସେ ଘରୁ ଫେରାର ହୋଇଯାଇଥିଲା । ରାତି ପ୍ରାୟ ୧୧ଟାରେ ପରିବାର ଲୋକେ ଏକ ନାଳରେ ଝିଅର ମୃତଦେହ ବାଲିରେ ପୋତା ଯାଇଥିବା ଅବସ୍ଥାରେ ଦେଖିଥିଲେ । ଏହାର ସୂଚନା ଥାନାକୁ ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଟୋ ଚାଳକଙ୍କ ପତ୍ନୀଙ୍କୁ ଗିରଫ କରି ପଚରାଉଚରା ଚଲାଇଛି ପୋଲିସ ।
ତେବେ ନାବାଳିକାର ମୃତଦେହ ମିଳିବା ପରେ ଯିଏ ଦେଖିଥିଲା, ଛାତି ଫାଟି ଯିବା ପରି ଲାଗିଥିଲା । ପିଲା ସମ୍ପୂର୍ଣ୍ଣ ଉଲଗ୍ନ ଥିବା ବେଳେ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତ ବାହାରିବାର ଚିହ୍ନ ଥିଲା । ସେତିକି ନୁହେଁ, ନାବାଳିକାର ଆଖି ଫୁଟାଇ ହତ୍ୟା କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com