ବାଣିଜ୍ୟ

ଇଡି ସ୍କାନରରେ ଅଭିନେତ୍ରୀ ଅର୍ପିତା; କେଉଁଠୁ ଆଣିଲେ ୨୦କୋଟି ଟଙ୍କା?

ପଶ୍ଚିମବଙ୍ଗ, ୨୩.୦୭.୨୦୨୨- ପେଶାରେ ଅଭିନେତ୍ରୀ । ବ୍ୟବସାୟିକ ବିଜ୍ଞାପନରୁ ମଧ୍ୟ ଆୟ ହୁଏ କିଛି ଅର୍ଥ । କିନ୍ତୁ ଶନିବାର ଇଡି ରେଡ୍ ବେଳେ ତାଙ୍କ ବାସ ଭବନରୁ କୁଢକୁଢ ଟଙ୍କା ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଟଙ୍କାର ପରିମାଣ କିଛି କମ୍ ନୁହେଁ । କୋଟିଏ କି ୨ କୋଟି ନୁହେଁ । ଏକାଥରେ ୨୦ କୋଟି । ତାହା ପୁଣି ନଗଦ । ଏହି ଅଭିନେତ୍ରୀ ହେଲେ ଅର୍ପିତା ମୁଖାର୍ଜି ? ଯାହାଙ୍କ ଘରୁ ବାହାରିଛି ଟଙ୍କାର ପାହାଡ଼ । । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପରିଷଦ ଓ ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ତଦନ୍ତ କରିବାକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଥିଲା । ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଏହି ଘଟଣା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । ଏହି ଅର୍ପିତା ମୁଖାର୍ଜି କିଏ ? ଇଡିର ଟାର୍ଗେଟରେ ଥାଇ ଶନିବାର ଗିରଫ ହୋଇଥିବା ପଶ୍ଚିମବଂଗ ଶିଶୁ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ତାଙ୍କର କ’ଣ ରହିଛି ସମ୍ପର୍କ ? ତେବେ ଅର୍ପିତା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି । ଦକ୍ଷିଣ କୋଲକାତା ପୂଜା ମଣ୍ଡପ ପରିଚାଳନାରୁ ଉଭୟ ଅର୍ପିତା ଓ ପାର୍ଥଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା । ଦୁର୍ଗା ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପର ବିଜ୍ଞାପନ ପାଇଁ ଅର୍ପିତା କାମ କରୁଥିଲେ । ଏହାସହ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ସମସ୍ତ କାର‌୍ୟ୍ୟକ୍ରମରେ ସେ ସାମିଲ ହେଉଥିଲେ । ବଙ୍ଗଳା ଫିଲ୍ମ ଓ ସିରିଏଲ ଇଣ୍ଡଷ୍ଟ୍ରିରେ ସାମିଲ ଥିବା ଅର୍ପିତାଙ୍କ ସହ ପାର୍ଥ ଖୁବ୍ ନିକଟତର ହୋଇଥିଲେ । ଏପରିକି ପୂଜା ମଣ୍ଡପର କାର‌୍ୟ୍ୟକ୍ରମ ସଂଚାଳନ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୨୦୧୯ରେ ପୂଜା ମଣ୍ଡପ କାର‌୍ୟ୍ୟକ୍ରମରେ ଅର୍ପିତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍ ହୋଇଥିବା ବେଳେ, କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ବାହାରିଛି । ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି ।ରେଡ୍ ବେଳେ ଅର୍ପିତାଙ୍କ ଘରୁ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ବାହାରିଛି । ଅର୍ପିତାଙ୍କର କଲିଉଡ୍ ଛଡା ଓଲିଉଡ୍ ଏବଂ ସାଉଥ୍ ଫିଲ୍ମ ସହିତ କିଛିଟା ସମ୍ପର୍କ ରହିଛି । ସେ ଓଡିଆ ଫିଲ୍ମ- ତୋର ମୋର ଯୋଡି ସୁନ୍ଦର , ମୁଁ କଣ ଏତେ ଖରାପ, ବନ୍ଦେ ଉତ୍କଳ ଜନନୀ ଭଳି ଚଳଚିତ୍ରରେ ଅଭିନୟ କରିଛନ୍ତି । କିନ୍‌ୁ ବଲିଉଡ୍ ହଲିଉଡ୍ ଷ୍ଟାର୍ ପାଉଥିବା ବଡ ପାଉଣା ସେ କରିଥିବା ଅଭିନୟରୁ ଆଦୌ ରୋଜଗାର କରନିଥିବେ ବୋଲି ଚର୍ଚ୍ଚା ହେଉଛି । ତାହେଲେ ସେ ଏତେ ପଇସା ଆଣିଲେ କେଉଠୁଁ ? ଏଭଳି ଅନେକ ପ୍ରଶ୍ନକୁ ନେଇ ଅର୍ପିତା ଇଡିର ସ୍କାନରରେ ।

Related Articles

Back to top button
WP Twitter Auto Publish Powered By : XYZScripts.com