ଓଡ଼ିଶା

ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ

ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା

ଭୁବନେଶ୍ଵର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା ଜଟିଳ ହେବାରେ ଲାଗିଛି । ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହେଉନଥିଲେ ଶ୍ରଦ୍ଧାଞ୍ଜଳି । ୧୨ ଥର ସମୟ ନେଇ ମଧ୍ୟ କୋର୍ଟରେ ହାଜର ହେଉନଥିଲେ । ଶନିବାର କୋର୍ଟରେ ହାଜର ହେବା ପାଇଁ ଶେଷ ତାରିଖ ଥିବା ବେଳେ ସମାନ ଢଙ୍ଗରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ହୋଇନଥିଲେ । ତାଙ୍କ ତରଫରୁ ଓକିଲ ଅଶୋକ ଦାସ ହାଜର ହୋଇଥିଲେ। ଯେଉଁଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଶ୍ରଦ୍ଧାଞ୍ଜଳି ବିରୋଧରେ ଜାମିନ ବିହୀନ ୱାରେଣ୍ଟ୍‍ରେଣ୍ଟଜାରି କରିଛନ୍ତି ।

ଅର୍ଚ୍ଚନା ନାଗ ଅର୍ଥ ହେରଫେରେ ବା ମନି ଲଣ୍ଡରିଂ ମାମଲାରେ ଇଡି ଚାର୍ଜସିଟରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । କିଛି ଦିନ ତଳେ ଅର୍ଚ୍ଚନା କୋର୍ଟରେ ହାଜର ହେବା ସମୟରେ ଶ୍ରଦ୍ଧାଞ୍ଜଳିଙ୍କ ଗିରଫ ଦାବି କରିଥିଲେ । ଅର୍ଚ୍ଚନା କହିଥିଲେ ଶ୍ରଦ୍ଧାଞ୍ଜଳି ଅନ୍ୟତମ ଅଭିଯୁକ୍ତ ହୋଇଥିଲେ ହେଁ ସେ କାହିଁକି ଓ କିପରି ବାହାରେ ବୁଲୁଛନ୍ତି । କାହା ଛତ୍ରଛାୟା ତଳେ ସେ ରହିଛନ୍ତି । ଯେଉଁଥିପାଇଁ ତାଙ୍କୁ ଏବେ ଯାଏ ଗିରଫ କରାଯାଉନାହିଁ । ଶ୍ରଦ୍ଧାଞ୍ଜଳିଙ୍କର ବହୁ ରାଜନେତାଙ୍କ ସହ ଲିଙ୍କ ଥିବା କଥା ମଧ୍ୟ ଅର୍ଚ୍ଚନା ଅଭିଯୋଗ କରିଥିଲେ । ସେହିପରି ଜୁନ ୩ରେ ଏହି ମାମଲାର ପରବର୍ତ୍ତି ଶୁଣାଣି ରହିଛି । ତେବେ ପୂର୍ବରୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନପାରିବା ଓ ଆଗୁଆ ଜାମିନ ପାଇଁ ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଆବେଦନ କରିଥିଲେ ହେଁ ତାହା ଖାରଜ ହୋଇଥିଲା।

 

 

Related Articles

Back to top button
WP Twitter Auto Publish Powered By : XYZScripts.com