Breaking NewsFeaturedଓଡ଼ିଶାମନୋରଞ୍ଜନ

ବିବାଦରେ ‘ପ୍ରିୟେ ତୁ ମୋ ସିଏ’, ବଢ଼ିଲା ପ୍ରତିବାଦ

ଜାତିଆଣ ଆକ୍ଷେପ ଅଭିଯୋଗରେ ଗଣଧାରଣା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଜୁନ ୨୯ରେ ରିଲିଜ ହୋଇଥିଲା ଓଡ଼ିଆ ସିନେମା ପ୍ରିୟେ ତୁ ମୋ ସିଏ । ତେବେ ଏହି ଫିଲ୍ମ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ଏହାର ପ୍ରତିବାଦ କରି ଗଣଆନ୍ଦୋଳନ ମୁଣ୍ଡ ଟେକିଲାଣି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଫିଲ୍ମରେ ଜାତିଆଣ ଆକ୍ଷେପ କରାଯାଇଥିବା ଆଭିଯୋଗ ହୋଇଛି।

Priye... Official Poster

Priye-Tu-Mo-Siye-Odia-2023

ଜାତିଆଣ ଆକ୍ଷେପକୁ ନେଇ ଫିଲ୍ମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଫିଲ୍ମର ପ୍ରଯୋଜକ ଏବଂ ଅଭିନେତ୍ରୀଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ପଛୁଆ ବର୍ଗର କର୍ମକର୍ତ୍ତା ମାନେ ମାମଲା ଦାଏର କରିଥିଲେ । ଜାତିଆଣକୁ ଆକ୍ଷେପ କରୁଥିବା ଏହି ଫିଲ୍ମକୁ ହଲରୁ ଶୀଘ୍ର ଉଠାଇବା ପାଇଁ ଦାବି ହୋଇଥିଲା । ବହୁ ବାଦବିବାଦ ପରେ ଏହି ସିନେମାଟି ପ୍ରେକ୍ଷାଳୟରୁ ଉଠିଥିଲା । ହେଲେ ବିବାଦ ଏହି ସିନେମାର ପିଛା ଛାଡୁନି । ଫିଲ୍ମକୁ ବ୍ୟାନ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଓଡ଼ିଶା ଚଳଚ୍ଚିତ୍ର ଭବନ ଆଞ୍ଚଳିକ ଅଫିସ ଆଗରେ ଗଣଧାରଣା ଦେଇଛନ୍ତି ଏସଟି, ଏସସି, ଓବିସି ସଂଖ୍ୟାଲଘୁ ସଂଙ୍ଗଠନର କର୍ମକର୍ତ୍ତା। ଆନ୍ଦୋଳନରେ ପ୍ରାୟ ୨୦୦ ମହିଳା ଏବଂ ପୁରୁଷ ସାମିଲ ହୋଇଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ ଚଳଚିତ୍ର ପ୍ରିୟେ ତୁ ମୋ ସିଏ ରେ ଅନୁସୂଚିତ ଜାତିଙ୍କୁ ଜାଣିଶୁଣି ଅପମାନିତ କରାଯିବା ସହିତ ବାରମ୍ବାର ଅସମ୍ବିଧାନ ଶବ୍ଦ ହରିଜନ ବ୍ୟବହାର କରାଯାଇଛି । ଯାହା ଓଡ଼ିଶାର ୧୭ ଭାଗ ଲୋକଙ୍କ ପ୍ରତି ଅପମାନ । ଜାଣିଶୁଣି ସେନ୍ସର ବୋର୍ଡ ଏହାକୁ କେମିତି ଅନୁମୋଦନ କରିଛି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ। ଏହାର ପ୍ରତିବାଦ କରାଯିବା ସହିତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଫିଲ୍ମକୁ ବ୍ୟାନ ଦାବିରେ ଧାରଣା ଦିଆଯାଇଛି ।

Piye Tu Mo... Protest

Related Articles

Back to top button
WP Twitter Auto Publish Powered By : XYZScripts.com