ନୀତୀଶଙ୍କ ବିରୋଧରେ ପୋଷ୍ଟର୍: The unstable prime ministerial candidate
ସେପଟେ ଚାଲିଛି ବିରୋଧୀ ମହାମେଣ୍ଟର ରଣନୀତି
![Nitish Kumar 'The unstable prime ministerial candidate' Poster](https://i0.wp.com/odia.mobilenews24x7.com/wp-content/uploads/2023/07/nitis.png?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ମୋଦିଙ୍କୁ ହଟାଇବା ପାଇଁ ବିରୋଧୀମାନେ ଏକତ୍ର ସାମିଲ ହୋଇଛନ୍ତି । ପାଟନାରେ ପ୍ରଥମ ବୈଠକ ପରେ ଏବେ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ନୀତୀଶଙ୍କ ବିରୋଧୀମାନେ ବେଙ୍ଗାଲୁରୁର ଚାଲୁକ୍ୟ ସର୍କଲ, ୱିଣ୍ଡସର୍ ମନୋର୍ ବ୍ରିଜ୍ ଓ ହେବାଲ ଏୟାର ପୋର୍ଟ ଛକ ନିକଟରେ ପୋଷ୍ଟର ଲଗାଇôଲେ । ଯେଉଁଥିରେ ନୀତୀଶଙ୍କ ଫଟୋ ସହ “The unstable prime ministerial candidate” ବୋଲି ଲେଖା ହୋଇଥିଲା । ଯାହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ପାଇଁ ଆଶାୟୀ ଥିବା ଜଣେ ଅସ୍ଥିର ପ୍ରାର୍ଥୀ । ତେବେ ପୁଲିସ୍ ଏହି ସବୁ ପୋଷ୍ଟର ଗୁଡ଼ିକୁ ହଟାଇ ଦେଇଛି ।
୨୦୨୪ ନିର୍ବାଚନରେ ମୋଦିଙ୍କୁ ହଟାଇବା ପାଇଁ ୨୬ଟି ବିଜେପି ବିରୋଧୀ ଦଳ ଏକାଠି ହୋଇଛନ୍ତି । ତେବେ ସେମାନଙ୍କର ପ୍ରଥମ ବୈଠକ ପାଟନାରେ ହୋଇଥିବାବେଳେ ଜୁଲାଇ ୧୭ରୁ ଦ୍ୱିତୀୟ ଥର ପାଇଁ ୨ ଦିନିଆ ବୈଠକ ଜାରି ରହିଛି । ୧୮ ତାରିଖ ଦ୍ୱିତୀୟ ବା ବୈଠକର ଶେଷ ଦିନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ । ରିପୋର୍ଟ ଅନୁଯାୟୀ ବିରୋଧୀ ଦଳ ବିଚାର ବିମର୍ଷ ସମୟରେ ସେମାନଙ୍କ ମିଳିତ ମଞ୍ଚର ନାମ ଚୟନ କରି ଚୂଡ଼ାନ୍ତ ଘୋଷଣା କରିବେ ଏବଂ ଗୋଷ୍ଠୀ କାର୍ଯ୍ୟ ପାଇଁ ଏକ କମିଟି ଘୋଷଣା କରିବେ । ଏଥି ସହିତ ସେମାନେ ଦୁଇଟି ଉପ କମିଟି ମଧ୍ୟ ଘୋଷଣା କରିବେ ଯେଉଁଥବରେ ଗୋଟିଏ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପାଇଁ ଯୋଗାଯୋଗ କରିବେ ଏବଂ ଅନ୍ୟଟି ବିରୋଧୀଙ୍କ ଇଭେଣ୍ଟ , ସମାବେଶ ଏବଂ ସମ୍ମିଳନୀର ମିଳିତ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ହେବ ।
ବୈଠକରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର, ତାଙ୍କ ଝିଅ ତଥା ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ , କଂଗ୍ରେସ ନେତା ସୋନିଆ ଗାନ୍ଧୀ , ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ଏମ୍ .କେଷ୍ଟାଲିନ୍, ନିତୀଶ କୁମାର, ଅରବିନ୍ଦ କେଜ୍ରିୱାଲ, ହେମନ୍ତ ସୋରେନ୍, ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ , କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଜସ୍ୱୀ ଯାଦବ, ଅଖିଲେଶ ଯାଦବ, ଉଦ୍ଧବ ଠାକ୍ରେ, ଫାରୁକ୍ ଅବଦୁଲ୍ଲା, ମେହେବୁବା ମୁଫତି, ସୀତାରାମ ୟେଚୁରୀ, ଡି. ରାଜା, ଜୟନ୍ତ ଚୌଧୁରୀ ଏବଂ ଏମ୍ଡିଏମ୍କେ ସାଂସଦ ଭାଇକୋ ଆଦି ଯୋଗ ଦେଇଛନ୍ତି । ଗତକାଲି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ କହିଥିଲେ ଯେ ସେମାନଙ୍କର ବୈଠକ ଭାରତୀୟ ରାଜନୀତିର ପାଣିପାଗ ବଦଳାଇଦେବ । ଯାହା ଭାରତୀୟ ରାଜନୀତିରେ ଗେମ୍ ଚେଞ୍ଜର ହେବାକୁ ଯାଉଛି ବୋଲି କହିଥିଲେ । ତେବେ ବିରୋଧୀ ମହାମେଂଟରେ ଯୋଗ ଦେଇଥିବା ବିଜେପି ବିରୋଧୀ ଦଳଗୁଡ଼ିକର ମୋଟ ଶକ୍ତି ବା ଲୋକସଭାରେ ଆସନ ସଂଖ୍ୟ ୧୫୦ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ବିରୋଧୀଙ୍କ ବୈଠକକୁ ତାଳ ଦେଇ ଦିଲ୍ଲୀରେ ଏନଡିଏର ମାନସ ମନ୍ଥନ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ମୋଦି-ଶାହଙ୍କ ରଣନୀତି ଅନୁସାରେ ଏବଂ ସେମାନଙ୍କୁ ଭରସା କରି ଅନେକ ଦଳ ମଧ୍ୟ ଏନଡିଏରେ ସାମିଲ୍ ହେଉଛନ୍ତି । ତେଣୁ ବିରୋଧୀଙ୍କ ନୂଆ ମେଂଟ ଓ ସରକାରରେ ରହିଥିବା ଏନଡିଏ ମଧ୍ୟରୁ କିଏ ବାଜିମାରିବ ୨୦୨୪ ନିର୍ବାଚନ ତାହା ଆଗକୁ ସ୍ପଷ୍ଟ ହୋଇଯିବ ।
#WATCH | Karnataka | Ahead of the second day of Opposition leaders' meeting in Bengaluru, posters and banners targetting Bihar CM Nitish Kumar were put up at Bengaluru's Chalukya Circle, Windsor Manor Bridge and on the Airport road near Hebbal. pic.twitter.com/y6wCro7SXF
— ANI (@ANI) July 18, 2023
#UPDATE | Karnataka | Police personnel remove banners from Bengaluru's Chalukya Circle. Posters and banners targetting Bihar CM Nitish Kumar were put up at several locations, including this spot, across Bengaluru ahead of the second day of the joint Opposition meeting. pic.twitter.com/GzIg4JdhRu
— ANI (@ANI) July 18, 2023