କ୍ରୀଡ଼ା

ୱେଷ୍ଟଇଣ୍ଡିଜ ଠାରୁ ଲଗାତର ପରାଜୟ ପରେ ହାର୍ଦ୍ଦକ ପାଣ୍ଡ୍ୟା କହିଲେ ଏମିତି…

କ୍ରିକେଟରେ ଭାରତକୁ ପୁଣି ଝଟକା । ଘରୋଇ ଦଳ ସମ୍ମୁଖରେ ଫେଲ ମାରିଲା ଭାରତର ରଣନୀତି । ୧୨ ବର୍ଷ ପରେ ବ୍ୟାକ ଟୁ ବ୍ୟାକ ପରାସ୍ତ ହେଇଛି ଭାରତୀୟ ଟିମ । ରବିବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ମ୍ୟାଚରେ ପରାସ୍ତ ହୋଇଛି ପାଣ୍ଡ୍ୟା ବାହିନୀ । ଭାରତକୁ ମାତ୍ର ୨ ଓି୍ୱକେଟରେ ଭାରତ ଠାରୁ ବିଜୟକୁ ଛଙ୍ଗାଇ ନେଇଛି ଘରୋଇ ଟିମ ।

ପଳରେ ଏହି ସିରିଜରେ ୨-୦ରେ ଆଗରେ ରହିଛି ୱେଷ୍ଟଇଣ୍ଡିଜ । ୨୦୧୧ରେ ଭାରତ ଲଗାତର ଭାବେ ୨ ଟି ମ୍ୟାଚ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଥିଲା । ଏହା ପରଠୁ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଠାରୁ ସିରିଜ ଜିତି ଆସୁଥିଲା । ହେଲେ ଏବେ ଟିମ ଅଣ୍ଡିଆର ଏହି ରେକର୍ଡରେ ବ୍ରେକ ଲାଗିଛି । ୱେଷ୍ଟଇଣ୍ଡିଜ ଠାରୁ ଲଗାତର ୨ଟି ମ୍ୟାଚ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ତେବେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜର ବିଜୟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ମଧ୍ୟ ଇଣ୍ଡିଜ ସପକ୍ଷରେ ଯାଇଛି ।

ଲଗାତାର ଦୁଇଟି ମ୍ୟାଚ ହାରିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ଏହି ଶୃଙ୍ଖଳାରେ ବାକି ଥିବା ଅନ୍ୟ ମ୍ୟାଚ ଯିତିବାକୁ ହେଲେ ଆମକୁ କଠିନ ପରିଶ୍ରମ କରିବା ସହିତ ଦାୟିତ୍ୱବାନ ହେବାକୁ ପଡିବ । ପ୍ରଥମ ମ୍ୟାଚ ଅପେକ୍ଷା ଦ୍ୱିତୀୟ ମ୍ୟାଚରେ ଭାରତୀୟ ଖେଳାଳି ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି । ଯଦି ମୁଁ ସଚ୍ଚୋଟତାର ସହ କହିବି ତେବେ ଏହି ମ୍ୟାଚରେ ବ୍ୟାଟିଂ ପ୍ରଦର୍ଶନ ଆଦୌ ଭଲ ନଥିଲା । ଗୋଟେପଟେ ଓି୍ୱକେଟର ପତନ ହେଉଥିବା ବେଳେ ଅନ୍ୟପଟେ ଟ୍ରାକ ମଧ୍ୟ ଭଲ ନଥିଲା । ସେହିପରେ ବୋଲିଂରେ ମଧ୍ୟ ଆମେ ଭଲ କରିପାରିଥାନ୍ତେ । ପାଖାପାଖି ୧୬୦ କିମ୍ବା ୧୭୦ ପର୍ଯ୍ୟନ୍ତ ରନ ସ୍କୋର ପହଞ୍ଚିପାରିଥାନ୍ତେ ।

ସେହିପରି ମ୍ୟାଚ ଶେଷ ହେବା ପରେ ହାର୍ଦ୍ଦିକ କହିଛନ୍ତି ଯେ ବ୍ୟାଟସମ୍ୟାନ ମାନେ ଅଧିକ ଦାୟିତ୍ୱବାନ ହେବା ଉଚିତ । ଶୁବମନ ଗିଲ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନଙ୍କ ଭଳି ଖେଳାଳି ଥାଉ ଥାଉ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି ୱେଷ୍ଟଇଣ୍ଡିଜ । ସେହିପରି ବର୍ତ୍ତମାନ ଆମ ପାଖେ ରେ ୭ ଜଣ ଅଲରାଉଣ୍ଡର ଅଛନ୍ତି । ସେହିପରି ବ୍ୟାଟସମ୍ୟାନ ମାନଙ୍କ ଉପରେ ଭରସା କରିବା ସହିତ ବୋଲର ମାନେ ମଧ୍ୟ ଭଲ ପ୍ରଦର୍ସନ କରିବେ । ଏବଂ ମ୍ୟାଚ ଜିତେଇବେ । ଆମର ସଠିକ ସନ୍ତୁଳନ ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ଆମକୁ ଉପାୟ ଖୋଜିବାକୁ ପଡିବ ।

ଅନ୍ୟପଟେ ମଙ୍ଗଳବାର ତୃତୀୟ ମ୍ୟାଚ ଖେଳାଯିବ । ୨ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ସିରିଜ ହାତେଇବା ଲକ୍ଷରେ ଏବେ ୱେଷ୍ଟଇଣ୍ଡିଜ । କାରଣ ଆହୁରି ୩ଟି ମ୍ୟାଚ ବାକି ରହିଛି । କୌଣସି ମୂହୂର୍ତ୍ତରେ କିଛିବି ହୋଇପାରେ । ସେହିପରି ବାକି ମ୍ୟାଚରେ ୱେଷ୍ଟଇଣ୍ଡିଜ ଠାରୁ ସିରିଜ ଛଡାଇବାକୁ ଜୋରଦାର ଉଦ୍ୟମ କରିବ ଭାରତ । କିନ୍ତୁ ଯଦି ଆଗକୁ ଭାରତର ପ୍ରଦର୍ଶନ ଏପରି ରୁହେ ତେବେ ସିରିଜ ହାତେଇବା କଷ୍ଟକର ହୋଇପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com