ମନୋରଞ୍ଜନ

ରିଲିଜ୍ ପୂର୍ବରୁ ହିଟ୍ ଗଦ୍ଦର -୨

ପରଦାକୁ ଆସିବାକୁ ଯାଉଛି ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଗଦ୍ଦର-୨ । ହେଲେ ଏବେଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ପ୍ରବଳ କ୍ରେଜ୍ । ଏମିତି ଅନୁମାନ କରାଯାଉଛି ଯେ, ବକ୍ସ ଅପିସରେ ଏହା ଧୁମ୍ ମଚାଇବ । ସିନେ ବାଣିଜ୍ୟ ବିଶ୍ଳେଷକଙ୍କ ଅନୁଯାୟୀ ଏହାର ପ୍ରିମିୟର୍ ପାଇଁ ଅଗ୍ରୀମ ଟିକେଟ ବୁକିଂରେ ଅସାଧାରଣ ଧାରା ଦେଖାଇଛି ।

ଏପର୍ଯ୍ୟନ୍ତ ୭୬,୬୦୦ ରୁ ଅଧିକ ଟିକେଟ୍ ବିକ୍ରି ସହିତ ମଲ୍ଟିପ୍ଲେକ୍ସରେ ଉଲ୍ଲେଖନୀୟ ବ୍ୟବସାୟ କରିଛି ଗଦ୍ଦର ୨ । ଉଦଘାଟନୀ ଦିନ ପାଇଁ ଚଠଜ ଶୃଙ୍ଖଳା ୩୩,୦୦୦ ଟିକେଟ୍ ବିକ୍ରି କରିଥିବାବେଳେ omg-2 ଏବଂ ସିନେପୋଲିସ୍ ପରି ଲୋକପ୍ରିୟ ଚଳଚ୍ଚିତ୍ର ଚେନ୍ ଏପର୍ଯ୍ୟନ୍ତ ୨୫,୫୦୦ ଏବଂ ୧୮,୧୦୦ ଟିକେଟ୍ ବିକ୍ରି କରିସାରିଛି ।

ଗଦ୍ଦର-୨ ର ଅଗ୍ରୀମ ବୁକିଂ ରଣବୀର କପୁରଙ୍କ ସଞ୍ଜୁ ଅପେକ୍ଷା ଭଲ ରହିଛି । ରିଲିଜ୍ ପୂର୍ବରୁ ଏହା ୭୨ ହଜାର ଟିକେଟ୍ ବିକି ରେକର୍ଡ କରିଥିଲା । ତେବେ ବୁଧବାର ଏବଂ ଗୁରୁବାର ଆହୁରି ୨ ଦିନ ହାତରେ ଥିବାରୁ ଗଦ୍ଦର ଆହୁରି ଅଗ୍ରୀମ ଟିକେଟ ବିକ୍ରି କରିବ ବୋଲି ଅନୁମାନ କରାଯାଉଛି । ନିକଟରେ ଫିଲ୍ମଟିର ୩ ମିନିଟ୍‌ର ଟ୍ରେଲର ସୋସିଆଲ ମିଡିଆରେ ଉନ୍ମୋଚିତ ହୋଇଥିଲା । ଅଗଷ୍ଟ ୧୧ରେ ରିଲିଜ ହେବାକୁଥିବା ଗଦ୍ଦର-୨ର ନିର୍ଦ୍ଦେଶନା ଅନିଲ ଶର୍ମା ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com