Featuredରାଜନୀତି

ପିଏମ୍ ଶୁଣାଉଛନ୍ତି ମୁଁ ଆପଣମାନଙ୍କ ଶୁଣିବି

ଲଦାଖ ଲେହରୁ କାର୍ଗିଲ୍ ମାଟିରେ ପହଞ୍ôଚ ସାରିଛନ୍ତି ରାହୁଲ ଗାନ୍ଧି । ୨୫ ତାରିଖ କାର୍ଗିଲ୍‌ରେ ଅନୁଷ୍ଠିତ ଏକ ଜନସଭାରେ ଅନର୍ଗଳ ବକ୍ତବ୍ୟ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସିଧାସଳଖ ମୋଦିଙ୍କୁ ତୀର ମାରି ସେ କହିଛନ୍ତି ଯେ ପିଏମ୍ ଆପଣମାନଙ୍କୁ ଶୁଣାଉଛନ୍ତି ତାଙ୍କ ମନ୍ କୀ ବାତ୍ । କିନ୍ତୁ ମୋର ଇଚ୍ଛା ହେଉଛି ଆପଣମାନଙ୍କ ମନର କଥା ଶୁଣିବାକୁ । ସେହିପରି ଲଦାଖ ଏକ ରଣନୀତିର ସ୍ଥାନ ବୋଲି ଅଭିହିତ କରି ରାହୁଲ କହିଛନ୍ତି ଯେ ଚୀନ ଭାରତର ଜମି ଜବରଦଖଲ କରିନେଇଛି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏହା ମାନୁନାହାନ୍ତି । ଶୁଣନ୍ତୁ କଣ କହୁଛନ୍ତି ରାହୁଲ୍‌:

ଏଥିସହ ରାହୁଲ ତାଙ୍କ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ପୁଣି ମନଖୋଲା ବକ୍ତବ୍ୟ ଦେଇଛନ୍ତି । କିଛି ମାସ ପୂର୍ବରୁ କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା କରିଥିଲି । ପ୍ରଥମ ଯାତ୍ରା ଅବସରରେ ଥଣ୍ଡା-ସର୍ଦ୍ଦିରେ ପୀଡ଼ିତ ଥିଲି ଏବଂ ବରଫପାତ କାରଣରୁ ଲଦାଖ ଯାଇପାରିନଥିଲି । କିନ୍ତୁ ମୋ ହୃଦୟରେ ରହିଥିଲା ଲଦାଖ । ଯାହା ଏବେ ବାଇକ୍‌ରେ ଯାତ୍ରା କରି ସମ୍ପନ୍ନ କରିପାରିଛି ବୋଲି ସେ କହିଛନ୍ତି । ତେବେ ଗୋଟିଏ ଇଞ୍ଚ୍ ଜମି ଚୀନ ନେଇନି ବୋଲି ପ୍ରଧାନମନ୍ତ୍ରୀ କହିବା ବଡ଼ ଦୁଃଖର ବିଷୟ ବୋଲି ରାହୁଲ ମନ୍ତବ୍ୟ ଦେବା ପରେ ଚିହିଁକି ଉଠିଛି ବିଜେପି । ବିଜେପି ମୁଖପାତ୍ର ଡ. ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ଲଦାଖକୁ ନେଇ ରାହୁଲ ଅନର୍ଗଳ ଗପୁଛନ୍ତି । ରାହୁଲଙ୍କ ଏଭଳି ଚୀନ ପ୍ରୀତି କାହିଁକି ବୋଲି ସେ ପ୍ରଶ୍ନ କରିବା ସହ ପଣ୍ଡିତ ନେହରୁ ଚୀନକୁ ସାହାଯ୍ୟ କରିଥିଲେ ବୋଲି ତ୍ରିବେଦୀ କହିଛନ୍ତି ।

ସେପଟେ ୱାୟନାଡା ସାଂସଦ ଖୁବ୍ ବର୍ଷିଛନ୍ତି ବିଜେପି ସରକାର ଓ ମୋଦିଙ୍କ ଉପରେ । ଲଦାଖର ଲୋକଙ୍କ ସ୍ୱରକୁ ଦବାଇ ଦେବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ କାର୍ଗିଲର ଜନସାଧାରଣଙ୍କୁ ଗଭୀର କୃତଜ୍ଞତା ଜଣାଇ ରାହୁଲ କହିଛନ୍ତି ଯେ ସୀମାରେ ଯେବେ ଯେବେ ଯୁଦ୍ଧ ହୁଏ, କାର୍ଗିଲବାସୀ ପୂର୍ଣ୍ଣ ଦମ୍ଭର ସହ ଭାରତ ପାଇଁ ଛିଡ଼ା ହୋଇଥାନ୍ତି, ତେଣୁ ସେମାନଙ୍କ ସାହସ ପାଇଁ ଦେଶ ଗର୍ବିତ । ସେ ଯାହାହେଉ ଲଦାଖର କୋଣେ ଅନୁକୋଣେ ସବୁବର୍ଗର ଲୋକଙ୍କ ସହ ମୁଁ ମିଶିଲି ଏବଂ ସେମାନଙ୍କ ଦୁଃଖ ଶୁଣିପାରିଲି । ଅନ୍ୟ ନେତା ନିଜର ମନ୍ କୀ ବାତ୍ କେହତେ ହେଁ ତୋ ମୈନେ ସୋଚା ଆପ୍ ସବ ଲୋଗୋଁ କୀ ମନ୍ କୀ ବାତ୍ ଶୁନ୍ ଲୁ… ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଅନ୍ୟପକ୍ଷରେ ୨୬ ତାରିଖ ରାହୁଲ ଶ୍ରୀନଗରରେ ପହଞ୍ôଚବା କାର୍ଯ୍ୟକ୍ରମ ରହିଛି ଏବଂ ସେଠାରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ସାମିଲ୍ ହେବେ ବୋଲି ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com