Breaking NewsFeaturedରାଜନୀତି

ସବୁ ରାଜ୍ୟକୁ ତୀର ଛାଡ଼ିବ ଆଇଏନଡିଆଇଏ

ଦମଦାର ରଣନୀତି ତିଆରି କରୁଛନ୍ତି ବିରୋଧୀ। ଆଇଏନଡିଆଇଏ ମେଣ୍ଟର ୧୪ ଜଣିଆ ସମନ୍ବୟ କମିଟିର ଆଜି ହେଉଛି ପ୍ରଥମ ବୈଠକ। ଆଉ ଏଥିରେ ତିଆରି ହେବ କେଉଁ ରାଜ୍ୟ ପାଇଁ କିଭଳି ଛଡ଼ାଯିବ ତୀର। ସେପଟେ ଦିଲ୍ଲୀ ଓ ପଞ୍ଜାବରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆପ୍ ସାଂସଦ ରାଘବ ଚଢା କହିଛନ୍ତି ଯେ ବୁଧବାର ୧୪ ଜଣିଆ ସମନ୍ୱୟ କମିଟିର ପ୍ରଥମ ବୈଠକରେ ଆପ୍‌-କଂଗ୍ରେସ ପ୍ୟାଚ୍‌ ପଡ଼ିବା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବୈଠକରେ ମେଣ୍ଟ କେଉଁ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବ ତାହା ଚୂଡ଼ାନ୍ତ କରାଯିବ, ଏହାର ଜନସମ୍ପର୍କର ରୂପରେଖ ସ୍ଥିର କରିବା ଏବଂ ଶେଷରେ ରାଜ୍ୟ ଅନୁଯାୟୀ ଆସନ ବୁଝାମଣା ଉପରେ ଆଲୋଚନା କରାଯିବ।

ସମସ୍ତ ରାଜ୍ୟ ପାଇଁ କୌଣସି ସମାନ ଫର୍ମୁଲା ଲାଗୁ କରାଯାଇପାରିବ ନାହିଁ, କାରଣ ପ୍ରତ୍ୟେକ ରାଜ୍ୟର ନିଜର ସ୍ୱତନ୍ତ୍ର ନିର୍ବାଚନ ଜଳବାୟୁ ରହିଛି” ବୋଲି ଆପ୍ ସାଂସଦ ରାଘବ ଚଢା କହିଛନ୍ତି। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ମେଣ୍ଟକୁ ସଫଳ କରିବା ପାଇଁ ସମସ୍ତ ଅଂଶଗ୍ରହଣକାରୀମାନେ ନିଜର ବ୍ୟକ୍ତିଗତ ଅଭିଳାଷ, ମତ ପାର୍ଥକ୍ୟ ଏବଂ ମନର ପାର୍ଥକ୍ୟକୁ ବଳିଦାନ ଦେବାକୁ ଇଚ୍ଛୁକ ହେବା ଆବଶ୍ୟକ। ଇଣ୍ଡିଆର ମେଣ୍ଟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଏବଂ ବିଜେପିର ଏକଛତ୍ରବାଦୀ ଓ ଗଣତନ୍ତ୍ର ବିରୋଧୀ ଶାସନକୁ ପରାସ୍ତ କରିବା ପାଇଁ ଆପ୍ ଏହି ମେଣ୍ଟରେ ସାମିଲ ହୋଇଛି ବୋଲି ସାଂସଦ ଚଢା କହିଛନ୍ତି। ଆଜି ଆମ ଦେଶ ମୁଦ୍ରାସ୍ଫୀତି ଠାରୁ ଆରମ୍ଭ କରି ବେକାରୀ ଏବଂ କୃଷି ସଙ୍କଟ ଯାଏଁ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରରେ ଏମିତି ଏକ ସରକାର ଦରକାର ଯାହାର ବ୍ଲୁ ପ୍ରିଣ୍ଟ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com