Breaking NewsFeaturedଐତିହ୍ୟ ଓ ସଂସ୍କୃତି

ଜାଣନ୍ତୁ ନୂଆ ବର୍ଷରେ କେଉଁ ଦିନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ।

ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି ଆଉ ଏକ ତାରିଖ । ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମମନ୍ଦିରର ହେବ ଉଦଘାଟନ । ଏହି ସୁନ୍ଦର ଭବ୍ୟ ଓ ଦିବ୍ୟ ମନ୍ଦିରରେ ହେବ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଖୋଦ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀରାମ ମନ୍ଦିରର ଉଦଘାଟନ କରିବେ । ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଶାସକ ଦଳର ଏକ ବଡ ଅସ୍ତ୍ର ବୋଲି କୁହାଯାଉଛି । ଜାନୁଆରୀ ୨୨, ୨୦୨୪ । ଦିବା ସାଢେ ୧୨ଟାରେ ଶ୍ରୀରାମ ମନ୍ଦିର ଉଦଘାଟନ ପାଇଁ ସ୍ଥିର ହୋଇଛି କାର୍ଯ୍ୟକ୍ରମ । ତେବେ ଏହି ଉତ୍ସବରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ସମ୍ମତି ଜଣାଇଛନ୍ତି ମୋଦି ।

ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜନେରାଲ ସେକ୍ରେଟେରି ଚମ୍ପତ ରାୟ ଓ ଅନ୍ୟ କର୍ମକର୍ତା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ କରିିଥିଲେ । ଏହିସମୟରେ ଭାବବିହ୍ୱଳ ହୋଇପଡିଥିଲେ ମୋଦି । ଯାହାକୁ ନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଜୟ ସିୟାରାମ ଲେଖିବା ସହ ଏହି ଦିନକୁ ସେ ଅତ୍ୟନ୍ତ ଭାବପୂର୍ଣ୍ଣ ଦିନ ବୋଲି ବର୍ଣ୍ଣନା କରିଛନ୍ତି । ଏହାସହ ପ୍ରଭୁ ଶ୍ରୀରାମଙ୍କ ଉତ୍ସବରେ ସାମିଲ ହୋଇ ଏକ ଐଦିହାସିକ ମୁହୁର୍ତର ସାକ୍ଷୀ ହେବା ତାଙ୍କର ସୌଭାଗ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଭଗବାନ ଶ୍ରୀରାମଙ୍କ ପ୍ରତିଷ୍ଠା ଉତ୍ସବକୁ ୨୫ହଜାର ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ତେବେ ବର୍ତମାନ ସୁଧା ପ୍ରାୟ ୪ହଜାର ସାଧୁସନ୍ଥଙ୍କ ସହ ୨୫ଶହ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଏନେଇ ମକର ସଂକ୍ରାନ୍ତିରୁ ଆରମ୍ଭ ହେବ ପୂଜାର୍ଚ୍ଚନା । ୧୦ଦିନ ଧରି ଲଗାତାର ସାଧୁସନ୍ଥଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଚାଲିବ । ବର୍ତମାନ ମନ୍ଦିରର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଡିସେମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଟ୍ରଷ୍ଟ । ୨୦୨୦ ଅଗଷ୍ଟ ୫ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

Related Articles

Back to top button
WP Twitter Auto Publish Powered By : XYZScripts.com