Breaking NewsFeaturedରାଜନୀତି

ବାଜିବ ଝାଞ୍ଜ ଖୋଳ, ସଂକୀର୍ତ୍ତନରେ ଆନ୍ଦୋଳନ କରିବ କଂଗ୍ରେସ

୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ରାଜନୈତିକ ଦଳ ବିଭିନ୍ନ ପ୍ରସଙ୍ଗ ଉଠାଇ ଲୋକମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି । ସେ ବିଜେପି ହେଉ ବା ବିଜେଡି କିମ୍ବା କଂଗ୍ରେସ । ସମସ୍ତେ ଲୋକଙ୍କ ପ୍ରିୟ ହେବା ପାଇଁ ନୂଆ ନୂଆ ରାଜନୌତିକ ଗୋଟି ଚାଳନା କରୁଛନ୍ତି । ବର୍ତ୍ତମାନ ରାଜନେତା ଏବଂ ନେତ୍ରୀମାନେ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବାକୁ ତୃଣମୂଳ ସ୍ତରରେ ଲାଗି ପଡିଥିବାବେଳେ କଂଗ୍ରେସ ଏକ ନୂଆ ଗୋଟି ଚଲାଇବାକୁ ଯାଉଛି । ଯୋଜନା ଅନୁସାରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ଏକ ଅଭିନବ ଢଙ୍ଗରେ ସଂକୀର୍ତ୍ତନ କରି ପ୍ରତିବାଦ କରିବ । ନଭେମ୍ବର ୯ ତାରିଖ ସକାଳ ୯ଟାରୁ ୧୨ଟା ଯାଏ ୩ ଘଣ୍ଟା ଧରି ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳି ଘଣ୍ଟ ବଜାଇ ଆନ୍ଦୋଳନ କରିବ କଂଗ୍ରେସ । ପୂର୍ବରୁ ଅକ୍ଟୋବର ୧୬ରେ ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ମରାମତି ଆଦି ଦାବି ନେଇ ପୁରୀରେ ଆନ୍ଦୋଳନ କରାଯାଇଥିଲା । ଏହି ସମୟରେ ଅକ୍ଟୋବର ୨୮ ମଧ୍ୟରେ ପଦକ୍ଷେପ ନେବାକୁ ଦାବି କରିଥିଲା ଦଳ । ମାତ୍ର କଂଗ୍ରେସ ଦେଇଥିବା ଧାର୍ଯ୍ୟ ସମୟ ବିତି ଯାଇଥିଲେ ଦାବି ପୂରଣ ହୋଇନାହିଁ । ତେଣୁ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତନ ସତ୍ୟାଗ୍ରହ କରିବାକୁ ନିଷ୍ପତି ନେଇଛି ଦଳ |

Related Articles

Back to top button
WP Twitter Auto Publish Powered By : XYZScripts.com