Breaking NewsFeaturedରାଜନୀତି

ଜେଫରିଜର ବଡ଼ ଭବିଷ୍ୟବାଣୀ, BJP ହାରିଲେ କମିବ ସେୟାର ବଜାର

୨୦୨୪ରେ କିଏ ଗଢିବ କେନ୍ଦ୍ରରେ ସରକାର । ଏନେଇ ବିଭିନ୍ନ ପ୍ରକାର ବୟାନବାଜି ଲାଗିରହିଛି । କିଏ କହୁଛି ବିଜେପି ଜିତିବ ତ ଆଉ କିଏ କହୁଛି କଂଗ୍ରେସ ଜିତିବ । ଏନେଇ ଭିତିରିଆ ସର୍ଭେ ହୋଇଥିବା ମଧ୍ୟ କିଛି ଲୋକ ଆଲୋଚନା କରୁଛନ୍ତି । ତେବେ ଏସବୁ ଭିତରେ ଏକ ବଡ ଭବିଷ୍ୟବାଣୀ କରିଛି ଆମେରିକାର ପ୍ରମୁଖ ଇନଭେଷ୍ଟମେଂଟ ବ୍ୟାଙ୍କ ଜେଫରିଜ । ଏହାର ଆକଳନ ଅନୁଯାୟୀ ଯଦି ୨୦୨୪ରେ ବିଜେପି କେନ୍ଦ୍ରରେ ହାରିଯାଏ ତେବେ ଦେଶର ଅର୍ଥନୀତି ଉପରେ ଏହାର ବଡ ପ୍ରଭାବ ପଡିବ ।

ବିଶେଷକରି ସେୟାର ମାର୍କେଟରେ ୨୫ପ୍ରତିଶତ ହ୍ରାସ ଘଟିବାର ସମ୍ଭାବନା ରହିଛି ବୋଲି କହିଛି ଜେଫରିଜ । ପୂର୍ବରୁ ୨୦୦୪ ମସିହାରେ ବିଜେପି ସରକାରର ପତ୍ତନ ପରେ ସେୟାର ମାର୍କେଟ କାରବାର ୨୦ପ୍ରତିଶତ ହ୍ରାସ ଘଟିଥିଲା । ସେହିପରି କଂଗ୍ରେସ ସରକାର ଆସିବାର କିଛି ମାସ ମଧ୍ୟ ସ୍ଥିତିରେ ପୁଣି ସୁଧାର ଆସିଥିଲା । ତେବେ ଜେଫରିଜର ଏଭଳି ଭବିଷ୍ୟବାଣୀ ଭାରତୀୟ ରାଜନୀତିକୁ ସରଗରମ କରିବା ସହିତ ନିବେଶକଙ୍କୁ ଚିନ୍ତାରେ ପକାଇଛି । ସେହିଭଳି ଜେଫରିଜର ଏଭଳି ପୂର୍ବାନୁମାନ ପରେ ଭୋଟରମାନଙ୍କ ଉପରେ ଏହାର ପ୍ରଭାବ କେମିତି ପଡୁଛି ତାହା ଦେଖିବାକୁ ଅପେକ୍ଷା ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com