Breaking NewsFeaturedରାଜନୀତି

କିଏ କଲା ଏମିତି କାଣ୍ଡ? ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପରକୁ ଫିଙ୍ଗିଲା ଜୋତା?

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜୋତା ମାଡ଼। ପରିସ୍ଥିତି ପୂରା ଗଡ଼ବଡ଼। ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା ଆସନ୍ତୁ ପକାଇବା ନଜର। ହରିୟାଣା କର୍ଣ୍ଣଲର ସେକ୍ଟର ୪ ଦଶହରା ଗ୍ରାଉଣ୍ଡରେ ଆୟୋଜିତ ଆନ୍ତୋଦୟ ମହାସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ଅମିତ ଶାହ। ଏହି ଅବସରରେ ହରିୟାଣା ସରକାରଙ୍କ ନଅ ବର୍ଷର ବିକାଶ ଉପରେ ନିର୍ମିତ ଏକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ତା ପରେ ପରେ ଅମିତ ଶାହ ଦେଇଥିଲେ ଉଦବୋଧନ। ତେବେ ଶାହଙ୍କ ସମ୍ବୋଧନ ସମୟରେ ଶାହାବାଦର ଜଣେ ଦିବ୍ୟାଙ୍ଗ ଯୁବକ ଶାହଙ୍କୁ ଲକ୍ଷ୍ୟ କରି ଏକ ଜୋତା ଫିଙ୍ଗିଥିଲେ। ଫଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ଜୋତା ଫୋପାଡିଥିବା ଯୁବକଙ୍କ ଜଣଙ୍କ ନାମ ରବୀନ୍ଦ୍ର ବୋଲି ଜଣାପଡ଼ିଛି। ଦିବ୍ୟାଙ୍ଗ ପେନସନ ପାଇବା ପାଇଁ ତାଙ୍କୁ ଦୁଇ ବର୍ଷ ଚକ୍କର କାଟିବାକୁ ପଡ଼ିଥିଲା। ଯେଉଁଥିପାଇଁ ସେ ସରକାରଙ୍କ ଉପରେ ରାଗିଯାଇ ଏପରି ଜୋତା ଫିଙ୍ଗିଥିବା ସ୍ଵୀକାର କରିଛନ୍ତି।

ସେପଟେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ସେଠଶରେ ପାଞ୍ଚଟି ନୂତନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି। ସେଗୁଡ଼ିକ ହେଲା ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନା, ହରିୟାଣା ଆୟ ବୃଦ୍ଧି ବୋର୍ଡ ଯୋଜନା, ଆୟୁଷ୍ମାନ ଭାରତ ଚିରାୟୁ ଯୋଜନାରେ ୧୪ ଲକ୍ଷ ପରିବାର ଯୋଡିବା ପାଇଁ ପ୍ରୟାସ, ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଦୁଗ୍ଧ ଉତ୍ପାଦନ ସମବାୟ ପ୍ରୋତ୍ସାହନ ଏବଂ ହରିୟାଣା ଅନ୍ତୋଦୟ ପରିବହନ ଯୋଜନା ଆଦିର ଶୁଭାରମ୍ଭ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com