
ଦେଶର ମହାଠକ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଛି ଆଶ୍ୱସ୍ତି । ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ । ୫୦, ୦୦୦ ଟଙ୍କା ମୁଚାଲିକାରେ ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଏହି ଜାମିନ ଦେଇଛନ୍ତି । ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ସୁକେଶ ତିହାର ଜେଲ୍ରେ ଥିବା ବେଳେ ଜାକ୍ଲିନ୍ ତାଙ୍କଠାରୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଗ୍ରହଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା। ଏନେଇ ଦିଲ୍ଲୀ ସିବିଆଇ ପୋଲିସ ତାଙ୍କୁ ଏକାଧିକ ଥର ଜେରା ମଧ୍ୟ କରିଥିଲା । ଏହି ମନି ହେରଫେର ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ସମନ କରିବା ସହ ଜେରା କରାଯାଇଥିଲା ।