Breaking NewsFeaturedଅନ୍ତର୍ଜାତୀୟ

କିଏ ଏହି ଆଇପିଏସ ଅଫିସର ଯିଏ ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡିଲେନି, ଜାଣନ୍ତୁ…

ଦବଙ୍ଗ ଲେଡି କୁହ କିମ୍ବା ଲେଡି ସିଙ୍ଘମ ଯାହାବି କହିଲେ କମ ପଡିବ । କାରଣ ଯିଏ ଦିନେ ମୁଖ୍ୟମନ୍ତ୍ରୀଙ୍କୁ ବି ହାତକଡା ପକେଇବାକୁ ପଛଘୁଞ୍ଚା ଦେଇ ନଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ସମସ୍ତଙ୍କୁ ଆଇନର ବଳ ଦେଖାଇ ଦେଇଥିଲେ । ସେ ଆଉ କେହି ନୁହଁଣନ୍ତି ସେ ହେୁଛନ୍ତି କର୍ଣ୍ଣାଟକ କ୍ୟାଡରର ଆଇପିଏସ ଅଫିସର ଡି ରୂପା ମୋଦଗିଲ । ଯିଏକି କର୍ତ୍ତବ୍ୟ ପଥରେ ଆଜି ପର୍ଯ୍ୟନ୍ତ ହାର ମାନିନାହାନ୍ତି ।

ଟ୍ରାନ୍ସଫର ପାଇଁ ବଡ ନେତାଙ୍କ ଚାପ ହେଉ କିମ୍ବା ଲାଂଚର ପ୍ରଲୋଭନ କୌଣସି ପ୍ରତିବନ୍ଧକ ତାଙ୍କ କର୍ତ୍ତବ୍ୟ ପଥରେ ବାଧା ଆଣିପାରିନାହିଁ । ନିଜର ସଚ୍ଚୋଟ ପଣିଆ ଓ ନିଷ୍ଠାପରତା ତଥା ଅନୁଶାସନ ଓ ଦୃଢ କାର୍ଯ୍ୟାନୁଷ୍ଠାନ ବଳରେ ଅନ୍ୟମାନଙ୍କ ପାଇଁ ସେ ଆଜି ଉଦାହରଣ ସାଜିଛନ୍ତି । ତେବେ ଏଠି କହିରଖୁଛୁ ସାହସିକତା ଓ ନିର୍ଭିକ ସ୍ୱଭାବ ସହ କିରଣ ବେଦୀଙ୍କ ପରେ ସବୁଠୁ ଶକ୍ତିଶାଳୀ ମହିଳା ଆଇପିଏସ ଅଫିସର ଭାବେ ଡି ରୂପା ମୋଦଗିଲ ଖୁବ ଜଣାଶୁଣା ।

୨୦୦୦ ସର୍ବଭାରତୀୟ ପ୍ରଶାସନିକ ସେବାରେ ୪୩ ତମ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହେବା ସହ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଟ୍ରେନିଂରେ ପଂଚମ ସ୍ଥାନ ପାଇ ଚର୍ଚାକୁ ଆସିଥିଲେ । ଆଇପିଏସ ଅଫିସର ଡି ରୂପା ମୋଦଗିଲ କର୍ଣ୍ଣାଟକ କୁବେମ୍ପ ବିଶ୍ୱ ବିଦ୍ୟାଳୟରୁ ସ୍ନାତକରେ ଗୋଲ୍ଡ ମେଡାଲ ମଧ୍ୟ ପ୍ରାପ୍ତ କରିଛନ୍ତି । ତେବେ ନିଜର ଦୃଢ କାର୍ୟ୍ୟଶୈଳୀ ପାଇଁ ଦେଶର ପ୍ରମୁଖ ଆଇପିଏସ ଅଫିସର ମାନଙ୍କ ତାଲିକାରେ ଏବେ ସେ ଖୁବ ଜଣାଶୁଣା ।

୪୦ ବର୍ଷର କାର୍ୟ୍ୟକାଳ ମଧ୍ୟରେ ପ୍ରାୟ ୨୦ ଥର ଟ୍ରାନ୍ସଫର ହୋଇଥିବା ଡି ରୂପା କ୍ୟାରିଅରରେ ଅନେକ ବଡ ବଡ ମାମଲାର ସମାଧାନ କରିଛନ୍ତି । କାର୍ୟ୍ୟକ୍ଷେତ୍ରରେ ମିଳିଥିବା ଅଶାତୀତ ସଫଳତା ଆଜି ତାଙ୍କୁ କୌଣସି ସେଲିବ୍ରଟିଠୁ କମ ମାନ୍ୟତା ଦେଉନାହିଁ । ସେ ଅନେକ କେସ୍ ହାତକୁ ନେଇଥିବା ବେଳେ ୨୦୦୪ ମଧ୍ୟପ୍ରଦେଶର ହୁବଲୀ ଅଦାଲତର ଆଦେଶରେ ତତ୍କାକାଳୀନ ମୂଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରି ଚର୍ଚାରେ ଥିଲେ ଡି ରୂପା ।

ସେହିପରି ତାମିଲନାଡୁ ଜେଲ ଡିଆଇଜି ଥିବା ବେଳେ ନିଜ ସ୍ୱଳ୍ପ କାର୍ୟ୍ୟକାଳ ମଧ୍ୟରେ ଜୟଲଳିତାଙ୍କର ନିକଟ ସହଯୋଗୀ ଶଶିକାଳାଙ୍କ ଭଳି ପ୍ରମୁଖ ନେତାଙ୍କୁ ଜେଲରେ ମିଳୁଥିବା ଅନାବଶ୍ୟକ ସୁବିଧାକୁ ଲୋକଲୋଚନକୁ ଆଣି ସେମାନଙ୍କ ପର୍ଦ୍ଦାଫାସ କରିଥିଲେ । ୨୦୧୩ରେ ବେଙ୍ଗାଲୁରୁର ସିଟି ଆର୍ମଡ ରିଜର୍ଭରେ ଡିସିପି ଭାବେ ଯୋଗ ଦେବା ପରେ କେବଳ ଏମ.ଏଲ.ଏ କିମ୍ବା ଏମ.ପି ମାନେ ନୁହେଁ ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପାଙ୍କୁ ମଧ୍ୟ ନିୟମ ବାହାରେ ନେଇଥିବା ଅନୁସରଣକାରୀ ଗାଡିର ବ୍ୟବହାର ଉପରେ ରୋକ ଲଗାଇଥିଲେ ।

ଏପରି ଅନେକ ଥର ସେ ରାଜନେତା ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ମାନଙ୍କ ବିରୋଧରେ ସେମାନଙ୍କ ଭୁଲ କାର୍ୟ୍ୟାକଳାପକୁ ସାମ୍ନାକୁ ଆଣି ଟ୍ରାନସ୍ଫର ଓ ଚାପର ଶିକାର ହୋଇଛନ୍ତି । ହେଲେ ଏସବୁ ଡି ରୂପାଙ୍କ ମଜବୁତ ଚିନ୍ତାଧାରା କିମ୍ବା କାର୍ୟ୍ୟ ଦକ୍ଷତା ଉପରେ କୌଣସି ଆଂଚ ଆସିବାକୁ ଦେଇନାହିଁ । ଫିଲ୍ମରେ ଏପରି ପୋଲିସ ବେଶରେ ହିରୋ ବା ହିରୋଇନର ଦୃଢ ଅଭିନୟ ଆମ ମନ ଛୁଇଁଥାଏ ହେଲେ ବାସ୍ତବ ଜୀବନରେ ସେ ହେଉଛନ୍ତି ପ୍ରକୃତ ନାୟକ ।

Related Articles

Back to top button
WP Twitter Auto Publish Powered By : XYZScripts.com